ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିଙ୍କୁ ମାସକର ଭତ୍ତା ଦେଲେ ନବୀନ ନନ୍ଦ
![](https://www.odishalink.com/wp-content/uploads/2020/03/Navin-Nanda-donates-one-month-pension-to-Odisha-CMRF-for-Covid-19.jpg)
ଢେଙ୍କାନାଳ: ଗନ୍ଦିଆର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ନବୀନ ନନ୍ଦ କରୋନା ଭୂତାଣୁ ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଭତ୍ତା ପ୍ରଦାନ କରିଛନ୍ତି ନବୀନ।
ଆଜି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଶ୍ରୀ ନନ୍ଦ ତାଙ୍କର ଗୋଟିଏ ମାସର ବିଧାୟକ ପେନ୍ସନ୍ ୩୮,୦୦୦ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି।
ତେବେ ରାଜ୍ୟ ସରକାରଙ୍କ କରୋନା ପ୍ରସ୍ତୁତି ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ। ରାଜ୍ୟ ସରକାର କେବଳ କୋଭିଡ୍-୧୯ ବାବଦରେ ଲୋକଙ୍କୁ ତଥ୍ୟ ଦିଅନ୍ତ, ଲୋକଙ୍କୁ ଭୟଭୀତ କରନ୍ତୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଅନୁରୋଧ ରଖିଛନ୍ତି ନବୀନ।
Comments are closed.