Odisha Link
Bridging the Missing Links in Odisha

ଭଦ୍ରକ: କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ୩ ଗିରଫ

ଭଦ୍ରକ: ଗତକାଲି ରାଜ୍ୟର ୪ର୍ଥ କରୋନା ଭୂତାଣୁ ଆକ୍ରାନ୍ତ ଭଦ୍ରକରେ ଚିହ୍ନଟ ହୋଇଥିବା ବେଳେ ତାଙ୍କର ପରିଚୟ ରାଷ୍ଟ୍ର କରିବା ୩ ସ୍ଥାନୀୟ ବ୍ୟକ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୀଡ଼ିତଙ୍କ ଫଟୋ ଫେସବୁକରେ ଅପଲୋଡ କରିଥିବା ଅଭିଯୋଗରେ ଆଜି ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି।

ଗତକାଲି ଭଦ୍ରକରେ ଜଣେ ଯୁବକଙ୍କ କୋଭିଡ୍-୧୯ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୨୯ ବର୍ଷୀୟ ଏହି ଯୁବକ ଜଣକ ନିକଟରେ ଦୁବାଇରୁ ଫେରିଥିଲେ। ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତାଙ୍କୁ କଟକ ଏସ୍‌ସିବି ମେଡିକାଳକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ଯୁବକ ଜଣକ ଏସ୍‌ସିବିର ଆଇସୋଲେସନ୍‌ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ପୀଡ଼ିତଙ୍କ ପରିଚୟ ସରକାର ଗୁପ୍ତ ରଖିଥିବା ବେଳେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଛାଡ଼ି ଅପରାଧ କରିଛନ୍ତି ଭଦ୍ରକର ଦୁଇ ଯୁବକ ଓ ଜଣେ ଯୁବତୀ। ତାଙ୍କୁ ପୁଲିସ ଗିରଫ କରିଛି।

Comments are closed.