Odisha Link
Bridging the Missing Links in Odisha

କରୋନା: ଭାରତରେ ୩୫ ମୃତ୍ୟୁ, ୧୨୪ ସୁସ୍ଥ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର ସୁଦ୍ଧା ଦେଶରେ ମୋଟ ୧୩୯୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହେବା ସହିତ ୩୫ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବୁଧବାର ସୁଦ୍ଧା ସାରା ଦେଶରେ ମୋଟ୍ ୧୩୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ଏଥିରେ ମୋଟ୍ ୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ଅପରପକ୍ଷେ ଓଡ଼ିଶାରେ ୪ର୍ଥ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିଭଳି ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୮ ଲକ୍ଷ ୫୮ ହଜାର ୬୭୮ ରହିଛି। ସେଥିରୁ କେବଳ ୧ ଲକ୍ଷ ୭୮ ହଜାର ୯୯ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ କରୋନାରେ ସଂକ୍ରମିତ ହୋଇ ମୋଟ ୪୨ ହଜାର ୧୫୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ୬ ଲକ୍ଷ ୩୮ ହଜାର ୪୨୭ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେଥିମଧ୍ୟରୁ ୬ ଲକ୍ଷ ୫ ହଜାର ୫୨୯ ଜଣ ଲୋକ ସାମାନ୍ୟ ଆକ୍ରାନ୍ତ ହୋଇଥିବାବେଳେ ୩୨ ହଜାର ୮୯୮ ଜଣ ଲୋକ ଗୁରୁତର ବୋଲି ସୂଚନା ରହିଛି।

Comments are closed.