Odisha Link
Bridging the Missing Links in Odisha

କରୋନା: ଓଡ଼ିଶାରେ ୫ ପଜିଟିଭ୍

ଭୁବନେଶ୍ବର: ଓଡ଼ିଶାରେ ଏଯାବତ୍‌ ୫ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଲେଣି। ଗତକାଲି ସୁଦ୍ଧା ସଂଖ୍ୟା ୪ରେ ସୀମିତ ଥିବା ବେଳେ ସମ୍ଭବତଃ ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ, ଘର ଭୁବନେଶ୍ବର ସୂର୍ଯ୍ୟନଗରରେ। ସ୍ଥାନୀୟ ଏମ୍‌ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ଆଜି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ବିଭାଗ ଟୁଇଟର୍‌ ହାଣ୍ଡଲରେ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଗତକାଲି ସୁଦ୍ଧା ୬୧୦ ଓ ଆଜି ୨୯୦, ଏହିପରି ମୋଟ ୯୦୦ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ପଜିଟିଭ୍‌ ବୋଲି ଜଣାଇଛି ସ୍ବାସ୍ଥ୍ୟ ବିଭାଗ।

Comments are closed.