ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଲେ ଅର୍ଜୁନ ମୁଣ୍ଡା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା। କରୋନା ଲକ୍ଡାଉନ୍ ବେଳେ ଓଡ଼ିଶାରେ ଫସି ରହିଥିବା ଝାଡ଼ଖଣ୍ଡ ବାସିନ୍ଦାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ଲାଗି ସେ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି।
ନିଜ ଟ୍ବିଟର ହାଣ୍ଡଲରେ ମୟୁରଭଞ୍ଜର ସାମଖୁଣ୍ଟା ଓ ସାରସକଣା ବ୍ଲକ୍ର କିଛି ଫଟୋ ଛାଡ଼ି ମୁଣ୍ଡା ଲେଖିଛନ୍ତି,
ଓଡ଼ିଶା ସରକାରଙ୍କୁ ହୃଦୟରୁ କୃତଜ୍ଞତା। ଝାଡ଼ଖଣ୍ଡର ଗିରିଡିହ ଓ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଯାଇ ମୟୁରଭଞ୍ଜର ସାମଖୁଣ୍ଟା ଓ ସାରସକଣା ବ୍ଲକରେ ଥିବା କିଛଇ ଦାଦନ ଶ୍ରମିକଙ୍କୁ ବାସସ୍ଥଳ, ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦିଆଯାଇଛି।
A heartfelt gratitude to Odisha Government.@Naveen_Odisha
Migrant labourers of Giridih, #Jharkhand & Murshidabad, #WestBengal are being provided shelter, food & essential needs by Samakhunta & Saraskana Block in #MayurbhanjDist.#21daysLockdown
pic.twitter.com/lKJbjMrTGA— Arjun Munda (@MundaArjun) March 31, 2020
ଏହି ଟ୍ବିଟ୍ରେ ଅର୍ଜୁନ ମୁଣ୍ଡା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ କରିଛନ୍ତି।
Comments are closed.