୨ ଦିନ ଯାଏଁ ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ବନ୍ଦ
![](https://www.odishalink.com/wp-content/uploads/2020/04/Bhubaneswar-and-Bhadrak-to-adhere-complete-shutdown.jpg)
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ କେବଳ ଭୁବନେଶ୍ବରରୁ ୪ ଜଣ ରୋଗୀ ମିଳିଛନ୍ତି। ସେହିଭଳି ଭଦ୍ରକରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହି ଦୁଇଟି ସହର ରାଜ୍ୟର କରୋନା ହଟ୍ସ୍ପଟ ହୋଇଥିବା ବେଳେ ଏଠାରେ ଲକ୍ଡାଉନ୍ ଠାରୁ ଅଧିକ କଠୋର କଟକଣା ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟ ଚସିବ ଅସିତ ତ୍ରିପାଠୀ। ଆଜି (୩ ଏପ୍ରିଲ) ରାତି ୮ଟା ଠାରୁ ରବିବାର ୫ ଏପ୍ରିଲ ରାତି ୮ଟା ଯାଏଁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ ଏହି ଦୁଇ ସହର।
ଏହି ସଟ୍ଡାୁନ୍ ସମୟରେ କୌଣସି ଅନୁମତିପତ୍ର (ପାସ୍) କାମ କରିବନାହିଁ; ଲୋକେ ଆଦୌ ଘରୁ ବାହାରିପାରିବେ ନାହିଁ, ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଏହି ସମୟରେ କେବଳ ସ୍ବାସ୍ଥ୍ୟଗଗତ ଜରୁରୀ ପରିସ୍ଥିତିରେ ଘରୁ ବାହାରିହେବ। ତେବେ ଲୋକେ ଏଥିପାଇଁ ନିଜେ ଘରୁ ବାହାରିପାରିବେ ନାହିଁ। ଫୋନ୍ କଲେ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିବ ବୋଲି ରାଜ୍ୟ ପୁଲିସ ମୁଖ୍ୟ କହିଛନ୍ତି।
Comments are closed.