ଲକ୍ଡାଉନ୍ ଅମାନ୍ୟ କରି ୨୪ ଘଣ୍ଟାରେ ୯୮୦ ଗିରଫ

କୋଲାକାତା: ଲକ୍ଡାଉନ୍ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗତ ୨୪ ଘଣ୍ଟା ଭିତରେ ୯୮୦ ଜଣ ଖିଲାପକାରୀଙ୍କୁ ଗିରଫ କରିଛି କୋଲକାତା ପୁଲସ।
ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିଥିବା ବେଳେ ପୁଲିସ ଲକ୍ଡାଉନ୍କୁ ଅଧିକ କଡ଼ାକଡ଼ି କରିଛି। ବିନା ଅଅନୁମତି ପତ୍ରରେ ଘରୁ ରାସ୍ତାକୁ ବାହାରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଶ୍ଚିମବଙ୍ଗରେ ଏଯାବତ ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.