କରୋନା ମୁକାବିଲା: ସରକାର ଲଞ୍ଚ କଲେ “ଆରୋଗ୍ୟ ସେତୁ” ଆପ୍
![](https://www.odishalink.com/wp-content/themes/publisher/images/default-thumb/publisher-lg.png)
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସରକାର ବିିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଭାଇରସ୍ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାର ଏକ ଆପ୍ ଲଞ୍ଚ୍ କରିଛନ୍ତି ଯାହାର ନାମ ‘ଆରୋଗ୍ୟ ସେତୁ’। ସ୍ମାର୍ଟଫୋନ୍ରେ ଏହି ଆପ୍ ରହିଲେ ଆଖପାଖରେ କେହି କରୋନା ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ଜଣାପଡ଼ିବ ବୋଲି ସୂଚନା ରହିଛି।
କୋଭିଡ-୧୯ ବିରୋଧରେ ଲଢ଼େଇ କରିବା ନିମନ୍ତେ ଦେଶର ଜନସାଧାରଣଙ୍କୁ ଏକତ୍ରିତ କରିବା ଲାଗି ଏକ ମୋବାଇଲ ଆପ ବିକଶିତ କରାଯାଇଛି। ଅତ୍ୟାଧୁନିକ ବ୍ଲୁ ଟୁଥ ପ୍ରଯୁକ୍ତି, ଆଲଗୋରିଦିମ ଏବଂ କୃତ୍ରିମ ବୁଦ୍ଧିମତାର ଉପଯୋଗ କରି ଏହା ବ୍ୟବହାରକାରୀଙ୍କୁ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେବ।
ଏହି ଆପରେ ଲୋକେସନ୍ ଡାଟା ବ୍ୟବହାର କରାଯିବ। ଯାହାଦ୍ବାରା ସ୍ମାର୍ଟଫୋନ ବ୍ୟବହାରକାରୀ ଜଣକ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣିବା ସହ ସେ କେତେ ସୁରକ୍ଷିତ ତାହା ମଧ୍ୟ ଜଣାପଡ଼ିବ। ଆପ୍ରେ ବ୍ଲଟୁଥ୍ ସଂଯୋଗ ଦ୍ବାରା ନିଜଠାରୁ ୬ ଫୁଟ୍ ଦୂରତ୍ବ ମଧ୍ୟରେ ଥିବା କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସହାୟ ହେବ ଏହି ଆପ୍। କେବଳ ଏତିକି ନୁହେଁ, ଆପଣ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ମଧ୍ୟ ଏହି ଆପ୍ ସୂଚାଇ ଦେବ। ଯଦି ଆପଣ ଅସୁରକ୍ଷିତ ଥିବେ ତେବେ ଆପ୍ ତାହା ଜଣାଇଦେବା ସହ ଟୋଲ୍ଫ୍ରି ନମ୍ବର ୧୦୭୫କୁ କଲ୍ କରି ଟେଷ୍ଟ୍ ପାଇଁ ଯିବାକୁ ପରାମର୍ଶ ଦେବ।
ଏହି ‘ଆରୋଗ୍ୟ ସେତୁ’ ଆପ୍ ଆପଣଙ୍କୁ କିପରି କରୋନା ଭାଇରସ୍ ପ୍ରଭାବରୁ ନିଜକୁ ଦୂରେଇ ରଖିପାରିବେ ସେନେଇ ପରାମର୍ଶ ମଧ୍ୟ ପ୍ରଦାନ କରିବ। ପରୀକ୍ଷା ପରେ ଯଦି ଆପଣ କରୋନା ପଜିଟିଭ୍ ହେଉଛନ୍ତି ତେବେ ଆପ୍ଟି ସରକାରଙ୍କୁ ଏ ନେଇ ତଥ୍ୟ ପ୍ରଦାନ କରିବ। କେଉଁ କେଉଁ ଲୋକଙ୍କୁ ସଂସ୍ପର୍ଶରେ ଆସିଛନ୍ତି ତାହାର ବି ଏକ ତାଲିକା ଦେବ ବୋଲି ଜାଣିବାକୁ ମିଳିଛି। କରୋନା ଭାଇରସ୍କୁ ନେଇ ଆପଣଙ୍କ ମନରେ କିଛି ସନ୍ଦେହ ଥିଲେ ଆପଣ ଆପ୍ର ଚାଟ୍ବକ୍ସରେ ଚାଟ କରି ପ୍ରଶ୍ନ ପଚାରି ପାରିବେ। ଦେଶର ପ୍ରତ୍ୟେକ ରାଜ୍ୟ ପାଇଁ ହେଲ୍ପଲାଇନ୍ ନମ୍ବର ଏହି ଆପ୍ରୁ ମିଳିପାରିବ।
Comments are closed.