ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ରୋଗୀ

ଭୁବନେଶ୍ବର: ଆଜି ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି ଓଡ଼ିଶାର ପ୍ରଥମ କରୋନା ରୋଗୀ। ସେ ମାର୍ଚ୍ଚ ୧୬ ତାରିଖ ଠାରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବିଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଦୁଇଥର କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା। ଦୁଇଥର ଯାକ ରିପୋର୍ଟ ନେଗେଟିଭ୍ ଆସିବାରୁ ତାଙ୍କୁ ଆଜି ଛାଡ଼ିଦିଆଯାଇଛି।
ଏହି ପ୍ରଥମ କରୋନା ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ଥିଲା। ତାଙ୍କ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ ଦୁଇଦିନ ତଳେ ଏମ୍ସୁର ସୁସ୍ଥ ହୋଇ ଘରକୁ ଫେରିଥିଲେ। ଓଡ଼ିଶାରେ ଏଯାବତ୍ ମୋଟ ୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି ଓ ଆଉ ୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.
— H & FW Dept Odisha (@HFWOdisha) April 3, 2020
Comments are closed.