Odisha Link
Bridging the Missing Links in Odisha

‘ରାମାୟଣ’: ରଚିଲା ଇତିହାସ, ଟିଆରପି ରେଟିଙ୍ଗରେ ସୃଷ୍ଟି କଲା ରେକର୍ଡ

ନୂଆଦିଲ୍ଲୀ: ଏପ୍ରିଲ ୧୪ ଯାଏ ପୁରା ଦେଶ ଲକ୍‌ ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏବେ ଘର ରହିବାକୁ ଜନସାଧାରଣଙ୍କୁ କହିଛନ୍ତି ସରକାର। ଲକଡାଉନ ସମୟରେ ଟିଭି ଦର୍ଶକଙ୍କ ପାଇଁ ୮୦ ଓ ୯୦ ଦଶକର କିଛି ସୁପରହିଟ୍‌ ଟିଭି କାର୍ଯ୍ୟକ୍ରମକୁ ପୁନରାବୃତ୍ତି ଟେଲିକାଷ୍ଟ କରିବା ପାଇଁ ଦୂରଦର୍ଶନ ନିଷ୍ପତ୍ତି ନେଇଥିଲା। ଦୂରଦର୍ଶନରେ ପୁନଃ ପ୍ରକାଶିତ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ ରାମାୟଣ, ମହାଭାରତ, ବ୍ୟୋମେକଶ ବକ୍ସି, ସର୍କସ, ଶକ୍ତିମାନ ଭଳି କିଛି ଶୋ ରହିଛି। ଟେଲିଭିଜନ ଦୁନିଆର ସୁବର୍ଣ୍ଣଯୁଗକୁ ପୁଣି ଥରେ ଦେଖି ଦର୍ଶକ ଖୁସି ହେଉଥିବା ବେଳେ ଅନ୍ୟପଟେ ଦୂରଦର୍ଶନକୁ ମଧ୍ୟ ମିଳିିଛି ସଫଳତା।

ପ୍ରସାର ଭାରତୀ ସିିଇଓ ଶଶି ଶେଖର ଏକ ଟୁଇଟ କରି କହିଛନ୍ତି ଯେ, ଦୂରଦର୍ଶନରେ ପୁନଃ ପ୍ରସାରିତ ହେଉଥିବା ରାମାୟଣ ଶୋ ହିନ୍ଦୀ ଜିଏସି (ଜେନେରାଲ୍ ଏଣ୍ଟରଟେନମେଣ୍ଟ ଚ୍ୟାନେଲ) ଶୋ ’ଅଧୀନରେ ୨୦୧୫ ମସିହା ପରଠାରୁ ସର୍ବାଧିକ ରେଟିଂ ପାଇଛି। ଏଥି ସହିତ ଶଶି ଶେଖର BARC କୁ ତାଙ୍କର ଉତ୍ସ ବୋଲି ବର୍ଣ୍ଣନା କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ରାମାୟଣ ଦୂରଦର୍ଶନ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ବାର୍କ ରିପୋର୍ଟ ମୁତାବିକ, ଗତ ସପ୍ତାହ ଶେଷରେ ଆରମ୍ଭ ହୋଇଥିବା ରାମାୟଣର ମାତ୍ର ୪ଟି ସୋ’କୁ ୧୭୦ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଛନ୍ତି। ପୂର୍ବ ଶନିବାର ସକାଳେ ରାମାୟଣର ପ୍ରାରମ୍ଭ ଏପିସୋଡ୍ ୩୪ ମିଲିୟନ୍ ଲୋକ ଦେଖିଥିଲେ। ଯାହାର ରେଟିଂ ୩.୪ ପ୍ରତିଶତ ଥିଲା । ସେ ଦିନ ଅର୍ଥାତ୍ ଶନିବାର ରାତି ସୋ’ ୪୫ ମିଲିୟନ୍ ଦର୍ଶକଙ୍କ ସହ ୫.୨% ରେଟିଂ ପାଇଥିଲା।

ସୋ ଆରମ୍ଭ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍ ରବିବାର ଦିନ ସୋର ଦର୍ଶକ ଆହୁରି ବଢିଯାଇଥିଲେ। ସକାଳେ ୪୦ ମିଲିୟନ ଓ ରାତିରେ ୫୧ ମିଲିୟନ ଦର୍ଶକ ଦେଖିଥିଲେ। ବାର୍କ ମତରେ, ହିନ୍ଦୀ ଜିଇସି ସୋ ବର୍ଗରେ ୨୦୧୫ ପରେ ସର୍ବାଧିକ ରେଟିଂ ପାଇଛି ରାମାୟଣର ରି-ଟେଲିକାଷ୍ଟ ଶୋ।

Comments are closed.