Odisha Link
Bridging the Missing Links in Odisha

କରୋନା ମୁକାବିଲା ସଂଗ୍ରାମରେ ଆମେ ସମସ୍ତେ ଏକ: ସମୀର

ଭୁବନେଶ୍ବର: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୧୩୦ କୋଟି ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଯୁଦ୍ଧର ନେତୃତ୍ୱ ନେଉଛନ୍ତି। ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ ଅନ୍ଧକାର ବିଛାଇଛି ତାହା ଭିତରେ ଆମକୁ ଆଲୋକ ଏବଂ ଆଶା ଆଡକୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡିବ । କରୋନା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ ଗରିବ ଭାଇ ଭଉଣୀମାନଙ୍କୁ ସାଙ୍ଗରେ ଧରି ସେମାନଙ୍କୁ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଆଶାର ଆଲୋକ ଦିଗରେ ଆଗେଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ଆଲୋକ ଏବଂ ନିଶ୍ଚିତତା ଦିଗରେ ଅଗ୍ରସର ହୋଇ ଏଭଳି ସଙ୍କଟର ଘନ ଅନ୍ଧକାରକୁ ପ୍ରତିହତ କରିବାକୁ ହେଲେ ଚତୁର୍ଦ୍ଦିଗରେ ବିଜୟର ଆଲୋକ ଖେଲାଇବାକୁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଗାମୀ ରବିବାର ଏପ୍ରିଲ ୫ ତାରିଖ ଦିନ ରାତି ୯ ଟା ସମୟରେ ୯ ମିନଟ ପାଇଁ ଘରର ସମସ୍ତ ବତୀକୁ ଲିଭାଇ ନିଜ ଘର ଦୁଆରେ କିମ୍ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ବା ମୋବାଇଲ ଫ୍ଲାସ ଲାଇଟକୁ ଜଳାଇବାକୁ ରାଜ୍ୟ ସଭାପତିସମୀର ମହାନ୍ତି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ସମଗ୍ର ଦେଶରେ ଯେଉଁ ଉତ୍ସାହର ଆଲୋକ ସୃଷ୍ଟି ହେବ, ତାହା କରୋନା ସଂକଟର ଅନ୍ଧକାରରୁ ନିଶ୍ଚିତ ଭାବେ ଆମକୁ ମୁକ୍ତି ପ୍ରଦାନ କରିବା ସହ ଏହି ଲଢେଇରେ ଆମର ବିଜୟ ନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହା ସହ କରୋନା ମୁକାବିଲା ସଂଗ୍ରାମରେ ଆମେ କିମ୍ବା କେହି ବି ଏକୁଟିଆ ନୁହେଁ ବୋଲି ଆମେ ସଂକଳ୍ପ ନେବା। ଏପ୍ରିଲ ୫ ତାରିଖ ଦିନ ଘରୁ ନବାହାରି ସାମାଜିକ ଦୂରତା ରକ୍ଷାର ଲକ୍ଷ୍ମଣରକ୍ଷାକୁ ଅତିକ୍ରମ ନକରି କରୋନାର ମୁକାବିଲା କରିବା।

ଆମେ ସମସ୍ତେ ଏକାଠୀ ହୋଇ କରୋନାକୁ ପ୍ରତିହତ କରିବା ଏବଂ ଭାରତକୁ ବିଜୟୀ କରାଇବା ବୋଲି ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କରୋନାର ମୁକାବିଲା କରିବା ପାଇଁ ଜରୁରୀ କାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇବା, ଭିତିଭୂମି ଓ ସଂସ୍ଥାଗତ ସାମର୍ଥ୍ୟ ପୁନଃନିର୍ମାଣ, ନୂତନ ପ୍ରଯୁକ୍ତିର ପ୍ରୟୋଗ, ଅତ୍ୟାଧୁନିକ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ ପାଣ୍ଠି ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପିଏମ କେୟାର୍ସ ଫଣ୍ଡର ରାଜ୍ୟ ସଂଯୋଜକ ଭାବେ ବିଜେପି ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋୟଲଙ୍କୁ ଦାୟୀତ୍ୱ ଦିଆଯାଇଛି। ପିଏମ କେୟାର୍ସ ଫଣ୍ଡକୁ ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ଅର୍ଥ ଦାନ କରି ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବାକୁ ମହାନ୍ତି ନିବେଦନ କରିଛନ୍ତି।

Comments are closed.