କ୍ବାରେଣ୍ଟାଇନ୍ରେ ରହିଲେ ସିଆରପିଏଫ୍ ଡିଜି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ କରୋନା ଭାଇରସର ପ୍ରକୋପରୁ ବର୍ତ୍ତି ନାହାନ୍ତି। ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସିଆରପିଏଫର ମହାନିର୍ଦ୍ଦେଶକ ଏ.ପି. ମାହେଶ୍ୱରୀ ନିଜ ଆଡ଼ୁ ସେ କ୍ବାରେଣ୍ଟାଇନ୍ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ ରହିବେ। ଏ ନେଇ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ଡିଆଇଜି ଦିନକରଣ (ସିଆରପିଏଫ ମୁଖପାତ୍ର) କହିଛନ୍ତି ଯେ, କରୋନା ସଂକ୍ରମଣରେ ସିଆରପିଏଫ ଡିଜି ଆସିଥିଲେ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ରହିଛି। ହେଲେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସେ ନିଜକୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ରେ ରହିଛନ୍ତି।
A Central Reserve Police Force (CRPF) officer has tested positive for #COVID19. All personnel in contact with the officer have been quarantined. Director General CRPF had indirect contact with the officer. As per protocol, DG is observing quarantine: CRPF pic.twitter.com/F4gzF4e01a
— ANI (@ANI) April 4, 2020
ସୂଚନାଥାଉକି, ସିଆରପିଏଫର ସିଏମଓ ଦିଲ୍ଲୀର ସାକେତରେ ଥିବା ଅଫିସର୍ସଙ୍କ ମେସରେ ରହୁଥିଲେ। ଗୁରୁବାର ଦିନ ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ଏବେ ସିଏମଓଙ୍କ ସହିତ ଯେଉଁ ୪୦ ଜଣ ଯବାନ ସଂପର୍କରେ ଆସିଥିଲେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ତେବେ ସିଆରପିଏଫର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କେମିତି କରୋନାରେ ସଂକ୍ରମିତ ହେଲେ ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ।
Comments are closed.