ରାତି ୯ରେ ଲାଇଟ୍ ବନ୍ଦ: କ’ଣ କରିବେ, କ’ଣ କରିବେନାହିଁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆଜି ରାତି ୯ଟାରେ ୯ ମିନିଟ୍ ପାଇଁ ଦେଶବାସୀ ବିଦ୍ୟୁତ୍ ଆଲୋକ ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। କରୋନା ଲଢ଼େଇ ବିରୋଧରେ ଏକତା ପ୍ରଦର୍ଶନ ପାଇଁ ଏ ସମୁହ ଲାଇଟ୍ ଅଫ୍ ସମୟରେ କ’ଣ କରିବେ ଓ କ’ଣ ନ କରିବେ ସେ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଓଡ଼ିଶା ସରକାର।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରୁ କୁହାଯାଇଛି ଯେ ଏହି ୯ ମିନିଟ ସମୟରେ କେବଳ ବିଦ୍ୟୁତ ଆଲୁଅ ବନ୍ଦ ରହିବ। ଫ୍ୟାନ୍, ଫ୍ରିଜ୍, ଏସି ଏବଂ ଟିଭି ଇତ୍ୟାଦି ଉପକରଣଗୁଡିକ ଏହି ସମୟରେ ସ୍ବିଚ୍ ଅନ୍ ରହିବ। ସେହିପରି ହସ୍ପିଟାଲ୍, ପୋଲିସ, ପୌରସେବା ଇତ୍ୟାଦି ଜରୁରୀ କାର୍ଯ୍ୟରେ ଲାଇଟ୍ ଅଫ୍ ହେବ ନାହିଁ। ସହରାଞ୍ଚଳ (ଓ ଗ୍ରାମାଞ୍ଚଳରେ ମଧ୍ୟ) ଷ୍ଟ୍ରିଟ୍ ଲାଇଟ୍ ଅନ୍ ରହିବ। ସବୁଠୁ ବଡ଼ କଥା ହେଲା ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପାଳନ ବେଳେ ସମସ୍ତ ଲାଇଟ୍ ଅଫ୍ କରିବା ଆବଶ୍ୟକ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି।
ଏପ୍ରିଲ ୫ ରାତି ୯ଟା ବେଳେ ଲାଇଟ୍ ଅଫ୍ ସମ୍ବନ୍ଧୀୟ ଅନୁପାଳନ ସୂଚନା:
୧. ଫ୍ୟାନ୍, ଫ୍ରିଜ୍, ଏସି ଏବଂ ଟିଭି ଇତ୍ୟାଦି ଉପକରଣଗୁଡିକ ସ୍ବିଚ୍ ଅନ୍ ରହିବ।
୨. ହସ୍ପିଟାଲ୍, ପୋଲିସ, ପୌରସେବା ଇତ୍ୟାଦି ଜରୁରୀ କାର୍ଯ୍ୟରେ ଲାଇଟ୍ ଅଫ୍ ହେବ ନାହିଁ।
୩. ଷ୍ଟ୍ରିଟ୍ ଲାଇଟ୍ ଅନ୍ ରହିବ।
୪. ସମସ୍ତ ଲାଇଟ୍ ଅଫ୍ କରିବା ଆବଶ୍ୟକ ନାହିଁ। pic.twitter.com/MeG7mJ1NiT— I & PR Department, Odisha (@IPR_Odisha) April 5, 2020
ରାଜ୍ୟରେ ପାଓ୍ବାରଗ୍ରୀଡ୍ର ସ୍ଥିରତା ବଜାୟ ରଖିବାକୁ ଉପରୋକ୍ତ ୪ ସୂତ୍ର ଅନୁପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ସରକାର।
ଆଜି (୫ ଏପ୍ରିଲ) ରାତି ୯ଟାରେ ଦେଶବାସୀ ଘରର ସମସ୍ତ ବିଦ୍ୟୁତ ଆଲୋକ ବନ୍ଦ କରି ବାଲକୋନୀ ବା ଦୂଆର ବାହାରେ ୯ ମିନିଟ ପାଇଁ ଦୀପ, ମହମବତୀ ଅଥବା ମୋବାଇଲ୍ ଫ୍ଳାସ୍ ଲାଇଟ୍ ଜଳାଇବା ନିମନ୍ତେ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି କଲେ କରୋନା ଭୂତାଣୁ ସମୂଳେ ନାଶଯିବ ବୋଲି ସୋସିଆଳ ମିଡିଆରେ କିଛି ବ୍ୟକ୍ତି ଅପପ୍ରଚାର କରୁଥିଲେ ବି ସେସବୁକୁ ବିଶ୍ବାସ କରନ୍ତୁ ନାହିଁ। କରୋନା ଲଢ଼େଇ ବିରୋଧରେ ଦେଶବାସୀଙ୍କ ପ୍ରତୀକାତ୍ମକ ଏକତା ପ୍ରଦର୍ଶନ ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କର ଆହ୍ବାନ।
Comments are closed.