ନୟାଗଡ଼ ଜିଲ୍ଲାରେ ପ୍ରଥମ: ଖଣ୍ଡପଡ଼ାରେ କୋଭିଡ୍ ହସ୍ପିଟାଲ

ନୟାଗଡ଼: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଜ୍ୟବ୍ୟାପୀ ଅଧିକରୁ ଅଧିକ କୋଭିଡ୍ ହସ୍ପିଟାଲ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ମର୍ମରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଠାରେ ଜିଲ୍ଲାର ପ୍ରଥମ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ହୋଇଛି।
ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ଖଣ୍ଡପଡ଼ା କୋଭିଡ୍ ହସ୍ପିଟାଲରେ ୧୦୦ଟି ଶଯ୍ୟା ରହିଛି। ଯଦି କେହି କୋଭିଡ୍-୧୯ ଆକ୍ରାନ୍ତ ହୁଅନ୍ତି ଏଠାରେ ତାଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ମାଗଣା ଯୋଗାଇ ଦିଆଯିବ। ସୌଭାଗ୍ୟକୁ ଜିଲ୍ଲାରେ ଏଯାବତ୍ କେହି ବି କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିନାହିଁ।
Comments are closed.