Odisha Link
Bridging the Missing Links in Odisha

ସୋନିଆ, ମନମୋହନ ଓ ପ୍ରଣବ ମୁଖାର୍ଜୀଙ୍କ ସହ କଥାହେଲେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସ୍ଥିତି ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ଦେଶର ବହୁ ଜଣାଶୁଣା ନେତ ଓ ବ୍ୟକ୍ତିତ୍ବଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ଣଦାମନନ୍ତ୍ରୀ ନରେନ୍ଦ୍ର ମୋଦି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡ଼ାଙ୍କ ସହ ମଧ୍ୟ କରୋନା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହା ଭିନ୍ନ ମୋଦି ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଓ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦ୍ରବିଡ଼ ମୁନେତ୍ର କାଘଜମ୍‌ (ଡିଏମ୍‌କେ)ର ଏମ୍‌କେ ଷ୍ଟାଲିନ୍‌ ଓ ଶିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂହ ବାଦଲଙ୍କ ସହ କରୋନା ସମ୍ବନ୍ଧରେ ଆଲୋଚନା କରିଛନ୍ତି।

Comments are closed.