Odisha Link
Bridging the Missing Links in Odisha

ସଟ୍‌ଡାଉନ୍: କଟକରେ ପୋଲିସ୍‌ ଉପରକୁ ଢେଲାପଥର ମାଡ଼, ୧୫ ଅଟକ

କଟକ: ଆଜି କଟକ ସହରରେ ସଟ୍‌ଡାଉନ୍‌ର ଶେଷ ଦିନ। ହେଲେ ସଟ୍‌ଡାଉନ୍‌ ସମୟରେ ଆଜି କଟକରେ ପୋଲିସ୍‌ ଉପରକୁ ଢେଲାପଥର ମାଡ଼ ହୋଇଥିବାର ଖବର ମିଳିଛି। ଆଜି କଟକର କେଶରପୁର ଅଞ୍ଚଳରେ ସଟ୍‌ଡାଉନ୍‌ କଟକଣା ଭାଙ୍ଗିଥିବା କିଛି ବ୍ୟକ୍ତି ପୋଲିସ୍ ଉପରକୁ ଢେଲାପଥର ମାଡ଼ କରିଥିଲେ। ଢେଲାପଥର ମାଡ଼ ପରେ ପୋଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଥିଲା।

ଏମାନଙ୍କ ଭିତରୁ ୧୫ରୁ ଅଧିକ ଆକ୍ରମଣକାରୀଙ୍କୁ ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ଖବର ପାଇ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବାକୁ ଅନୁରୋଧ କରିଛନ୍ତି।

Comments are closed.