ଭୁବନେଶ୍ବରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ଜଣ କୋଭିଡ-୧୯ ବା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ୨ଜଣ ଭୁବନେଶ୍ବରର ବୋଲିି ଜଣା ପଡ଼ିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୨୩ ରହିଛି।
ଆଜି ଚିହ୍ନଟ ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର ଯୁବକ। ବୃଦ୍ଧ ଜଣକ ହେଉଛନ୍ତି କପିଳପ୍ରସାଦ ହାଉସିଂ ବୋର୍ଡ କଲୋନୀର। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨ ତାରିଖରେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। ଆଜି ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020
ସେହିପରି ଆଉ ଜଣେ ହେଉଛନ୍ତି ବମିଖାଲର। ମାତ୍ର ତାଙ୍କର ଭ୍ରମଣ ଇତିହାସ ଜଣାପଡ଼ିନାହିଁ। ତେବେ ପୂର୍ବରୁ ଏହି ଅଞ୍ଚଳରୁ ୩ ଭାଇ ‘କରୋନା’ଆକ୍ରାନ୍ତ ହୋଇ ଏବେ ଆଇସୋଲେସନ୍ରେ ରହିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବା ଅନୁମାନ କରାଯାଉଛି। ଏମାନଙ୍କୁ ମିଶାଇ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଆଜି ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।
ଆକ୍ରାନ୍ତ ୨୩ ଜଣଙ୍କ ମଧ୍ୟରୁ ଭୁବନେଶ୍ବରର ପ୍ରଥମ ଦୁଇଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୨୧ ଜଣ ଚିକିତ୍ସିତ ହେଉଛନ୍ତି। ଏହା ଭିନ୍ନ ୭୫ ଜଣ ହସ୍ପିଟାଲ ଆଇସୋଲେସନ୍ ଓ୍ବାର୍ଡରେ ଅଛନ୍ତି। ରାଜ୍ୟରେ ଏଯାବତ୍ ମୋଟ ୧୬୯୯ ଜଣଙ୍କର ନୁମନା ପରୀକ୍ଷଣ ହୋଇଛି।
Comments are closed.