୯ ମିନିଟ୍ରେ ୧୪ ଶହ ମେଗାୱାଟ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟା ସମୟରେ ୯ ମନିଟ୍ ଯାଏ ଘରର ସମସ୍ତ ଆଲୋକକୁ ବନ୍ଦ ରଖିବା ସହ ଦୀପ, ମହମବତୀ, ଟ୍ରର୍ଚ୍ଚ, ମୋବାଇଲ୍ ଫ୍ଲାସ୍ ଘରେ ରହି ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଘରେ ରହି ଦୀପ ଜାଳିବା ଦ୍ୱାରା ଦେଶବାସୀ ଏକାଠି ଥିବା ବାର୍ତ୍ତା ଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାକୁ ଓଡ଼ିଶା ଜନସାଧାରଣ ମଧ୍ୟ ସମର୍ଥନ କରିଥିଲେ।
ଓଡ଼ିଶାର ଜନସାଧାରଣ ଏହାକୁ ସମର୍ଥନ କରି ଘରର ବିଦ୍ୟୁତ୍ ଆଲୋକ ୯ ମିନିଟ୍ ପାଇଁ ବନ୍ଦ କରିବା ଦ୍ୱାରା ରାଜ୍ୟରେ ୧୪ ଶହ ମେଗାୱାଟ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ହୋଇପାରିଛି। ଏହି ସମୟରେ ୫୫୭ ମେଗାୱାଟ୍ ସଂରକ୍ଷଣ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା। ତେବେ ଓଡ଼ିଶାର ଲୋକ ଅଧିକ ମାତ୍ରାରେ ମୋଦିଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଘରର ଆଲୋକ ବନ୍ଦ ରଖିଥିଲେ। ୮ଟା୫୯ ମିନିଟ୍ରୁ ଆଲୋକ ବନ୍ଦ କରିବା ଆରମ୍ଭ ହୋଇଥିଲା। ପ୍ରାୟ ୯ ମିନିଟ୍ ଆକଳନଠାରୁ ଅଧିକ୍ ବିଦ୍ୟୁତ୍ ସଂରକ୍ଷଣ ହୋଇପାରିଛି ବୋଲି ସେସୁର ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।
Comments are closed.