କରୋନା: ଆମେରିକାରେ ଓଡ଼ିଆ ମହିଳା ମୃତ

ନ୍ୟୁଜର୍ସି: ଆମେରିକାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ ହରାଇଛନ୍ତି।
ମୃତ ମହିଳାଙ୍କ ବୟସ ୫୦ ବର୍ଷ। ସେ ନ୍ୟୁଜର୍ସିର ଇଷ୍ଟ ବ୍ରନ୍ସଓ୍ବିକ୍ ଅଞ୍ଚଳରେ ସ୍ବାମୀ ଓ କନ୍ୟାଙ୍କ ସହ ରହୁଥିଲେ। ତାଙ୍କ ଦେହରେ ପୂର୍ବରୁ କରୋନା ଭୂତାଣୁ ଜନିତ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ହଠାତ ଗତ ରାତିରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଥିଲା। ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ୪ ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା।
Comments are closed.