କରୋନା: ରାଜ୍ୟରେ ପ୍ରଥମ ମୃତ୍ୟୁ
![](https://www.odishalink.com/wp-content/uploads/2020/04/WhatsApp-Image-2020-04-07-at-2.02.36-PM.jpeg)
ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ। ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏପ୍ରିଲ ୪ ତାରିଖରେ ସଂପୃକ୍ତ ବ୍ୟକ୍ତି AIIMS ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋିଥିଲେ। ନମୁନା ପରୀକ୍ଷଣୁ ପଜିଟିଭ ଚିହ୍ନଟ ହୋଇଥିଲା। ସେ ଏପ୍ରିଲ୪ରୁ AIIMSରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ସଂପୃକ୍ତ ବ୍ୟକ୍ତିଙ୍କ କ୍ରୋନିକ୍ ହାଇପରଟେନସନ୍ ରୋଗରେ ପୀଡିତ ଥିଲେ।
One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He was tested positive for COVID-19.
Contact tracing and containment is ongoing.— H & FW Dept Odisha (@HFWOdisha) April 7, 2020
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଚଳିତ ମାସ ତଥା ଏପ୍ରିଲ ୪ ତାରିଖରେ ଭୁବନେଶ୍ୱର ଝାରପଡା ଅଂଚଳର ଏହି ୭୨ ବର୍ଷୀୟ ବ୍ୟକ୍ତି ଜଣକ ଅସୁସ୍ଥତା କାରଣରୁ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ସହ ସେ ଜଣେ ବ୍ଲଡ ପ୍ରେସର ରୋଗୀ ମଧ୍ୟ ଥିଲେ। ତେବେ ଚିକିତ୍ସା ଚାଲି ଥିବା ସମୟରେ ତାଙ୍କର ଗତକାଲି ତଥା ଏପ୍ରିଲ ୬ ତାରିଖରେ ମୃତ୍ୟୁ ଘଟିଥିବା ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଚିକିତ୍ସାଧୀନ ଥିବା ବେଳେ ତାଙ୍କ ନମୁନା କୋଭିଡ-୧୯ ପରୀକ୍ଷଣ ପାଇଁ ପଠାଯାଇଥିଲା। ଯେଉଁଥିରେ ତାଙ୍କର ପଜିଟିଭ ବାହାରିଥିବା ଜଣାପଡିଛି। ତେବେ ମୃତକଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି।
Comments are closed.