Odisha Link
Bridging the Missing Links in Odisha

କରୋନା: ଓଡ଼ିଶାରେ ୨,୨୧୦ ନମୁନା ପରୀକ୍ଷା, ୪୦ ଆକ୍ରାନ୍ତ

ଭୁବନେଶ୍ବର: ଓଡ଼ିଶାରେ ଗତକାଲି ସୁଦ୍ଧା ୨,୧୧୦ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦ ଜଣଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି।

କେବଳ ଗତକାଲି ୩୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ଗୋଟିଏ ମାତ୍ର ପଜିଟିଭ୍‌ ବାହାରିଛି। ସମୁଦାୟ ୪୦ ପଜିଟିଭ୍‌ ମଧ୍ୟରୁ ଭୁବନେଶ୍ବରରେ ସର୍ବାଧିକ ୩୨ ମିଳଳିଥିବା ବେଳେ ବାକି ୬ଟି ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ମିଳିଛନ୍ତି। କଟକ, ପୁରୀ, କଳାହାଣ୍ଡି, ଯାଜପୁର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଭଦ୍ରକରେ ୩ ଜଣ ମିଳିଛନ୍ତି।

ଭୁବନେଶ୍ବରରେ ୩୨ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୩୦ ଜଣ ଚିକିତ୍ସାଧିନ ଅଛନ୍ତି। ଏହି ୩୦ ଜଣଙ୍କ ମଧ୍ୟରୁ ଶହୀଦ ନଗର ଓ କପିଳ ପ୍ରସାଦରେ ଜଣେ ଲେଖାଏଁ ମିଳିଥଇବା ବେଳେ ବିମଖାଲରେ ଗୋଟିଏ ପରିବାରରେ ୧୮ ଜଣ ଓ ସୂର୍ଯ୍ୟନଗରରେ ଗୋଟିଏ ଘରେ ୧୦ ଜଣଙ୍କର ନମୁନା ପଜିଟିଭ୍‌ ମିଳିଛି।

Comments are closed.