କରୋନା ମୁକାବିଲା: ୨ ବର୍ଷ ପାଇଁ ବିଧାୟକଙ୍କ ହାତ ପାଣ୍ଠି ବନ୍ଦ କରିବାକୁ ପ୍ରସ୍ତାବ ଦେଲେ ପ୍ରଦୀପ୍ତ ନାୟକ
ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ଯେ, “ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି। ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର ଲୋକମାନଙ୍କ ପାଇଁ ବଡ଼ ଭୂମିକା ରହିଛି। ଓଡ଼ିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ଏମଏଲଏ ଲାଡ୍ ଫଣ୍ଡ (MLA Lad Fund) ୨ ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।”
ଆହୁରି ସେ କହିଛନ୍ତି ଯେ, ରାଜ୍ୟର ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ୍ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରନ୍ତୁ। ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡ଼ିକରେ ସଭାପତି ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ ୩୦ ପ୍ରତିଶତ କମ୍ ଦରମା ନେବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ନାୟକ।
ଏମଏଲଏ ଲାଡ୍ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ, ଏଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନାର ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । @CMO_Odisha @Naveen_Odisha @dpradhanbjp @BJP4Odisha @BJP4India @ANI
— Pradipta Kumar Naik (@pradiptanaikbjp) April 7, 2020
କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ। ଏମଏଲଏ ଲାଡ୍ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ, ଏଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନାର ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ପ୍ରଦୀପ୍ତ ନାୟକ।
Comments are closed.