ଭୁବନେଶ୍ବରରେ ୨ ନୂଆ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୪୨

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆଉ ଦୁଇଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭଭିତରୁ ଜଣେ ଗତକାଲି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି।
ଗତକାଲି ମମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘର ଭୁବନେଶ୍ବର ଝାରପଡ଼ା। ୭୨ ବର୍ଷୀୟ ଏହି ବୃଦ୍ଧ ୪ ତାରିଖରେ ନିଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରିବାରୁ ଏମ୍ସରେ ଆଡମିଶନ ନେଇଥିଲେ। ସେଠାରେ ତାଙ୍କ ନମୁନା ପରୀକ୍ଷଶ ପରେ ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଗତକାଲି ରାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଆଜି ଠାବ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତଙ୍କ ଘର ଭୁବନେଶ୍ବର ମଧୁସୂଦନ ନଗରରେ। ୪୫ ବର୍ଷିୟ ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ମିଳିପାରିନାହିଁ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରେ ୩୪ ଜଣ ଠାବ ହୋଇଛନ୍ତି, ଯାହାଙ୍କ ଭିତରେ ମୃତକ ଓ ସୁସ୍ଥ ହୋଇଥିବା ବ୍ୟକ୍ତି ସାମିଲ।
Comments are closed.