କାଲିଠୁ ମାସ୍କ ବାଧ୍ୟତାମୂଳକ, କ’ଣ କରିବେ ନ କରିବେ

ଭୁବନେଶ୍ବର: ରାଜ୍ୟ ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା କାଲି ଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା କୋଭିଡ୍ ମୁକାବିଲା ମୁଖପାତ୍ର ସୁବ୍ରତ ବାଗ୍ଚୀ।
ତେବେ ଏ ମାସ୍କ କିଭଳି ପାଇବେ, କିଭଳି ପିନ୍ଧିବେ, କେଉଁମାନେ ମାସ୍କ ପିନ୍ଧିବେ ନାହିଁ ଓ ମାସ୍କ ସମ୍ପର୍କିତ କ’ଣ ରହିଛି ପରାମର୍ଶ ସେ ବାବଦରେ ବିଷଦ ଭାବେ କହିଛନ୍ତି ଶ୍ରୀ ବାଗ୍ଚୀ।
ବଜାରରେ ବିକ୍ରି ହେଉଥିବା ମାସ୍କା ଯାହା ପାଖରେ ନାହିଁ ସେ ଗେଞ୍ଜି-ବାନିୟନ୍ କପଡ଼ାକୁ କାଟି ମାସ୍କ ପ୍ରସ୍ତୁତ କରିପାରିବେ। ଶାଢ଼ୀକୁ ପରସ୍ତ ପରସ୍ତ ଭାଙ୍ଗି ମଧ୍ୟ ମାସ୍କ ପ୍ରସ୍ତୁତ କରିହେବ। ମାସ୍କ ପିନ୍ଧିବା ଆଗରୁ ଏହାକ ଲିଣପକା ଗରମ ପାଣିରେ ବତୁରାଇ ଶୁଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ବାହାରୁ ଘରକୁ ଫେରିବା ପରେ ଏହାକୁ ଗରମ ପପାଣି ଓ ସାବୁନରେ ସଫା କରି ୫ ଘଣ୍ଟା ଶୁଖାଇବେ। ୨ ବର୍ଷରୁ କମ ବୟସର ଶିଶୁ, ଖଟଣେ ପଡ଼ି ରହୁଥିବା ବା ଅକର୍ମଣ୍ୟ ବ୍ୟକ୍ତି, ଶ୍ବାସରୋଗୀ ଆଦିଙ୍କୁ ମାସ୍କ ପିନ୍ଧାଇବେ ନାହିଁ।
Comments are closed.