ଭୁବନେଶ୍ବର: ଏହି ୧୨୧ ଦୋକାନ ଘରେ ପହଞ୍ଚାଇବେ ଔଷଧ

ଭୁବନେଶ୍ବର: ଓଡ଼ିଶା ଡ୍ରଗ୍ କଣ୍ଟ୍ରୋଲରଙ୍କ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ସ୍ଥିର କରିଛନ୍ତି। ଏହି ସବୁ ଦୋକାନରୁ ସହରବାସୀ ନିଜ ଘରକୁ ଔଷଧ ମଗାଇପାରିବେ। କରୋନା ଲକ୍ଡାଉନ୍ ବେଳେ ଲୋକଙ୍କୁ ଘରୁ ନ ବାହାରିବା ଲାଗି ବିଏମ୍ସି କର୍ତୃପକ୍ଷ ପରାମର୍ଶ ଦେଇଥିବା ବେଳେ ହ୍ବାଟ୍ସଆପ୍ ମାଧ୍ୟମରେ ଏହି ୧୨୧ ଦୋକାନରୁ ଲୋକମାନା ନିଜର ଆବଶ୍ୟକୀୟ ଔଷଧ ମଗାଇପାରିବେ।
ଔଷଧ ମଗାଇବା ପ୍ରଣାଳି
- ତଳେ ଦିଆଯାଇଥିବା ତାଲିକାରୁ ନିଜ ନିକଟତମ ଔଷଧ ଦୋକାନ ବାଛନ୍ତୁ।
- ଔଷଧ ଦୋକାନର ନାମ ପାଖରେ ଦିଆଯାଇଥିବା ଫୋନ ନମ୍ବରଟି ପ୍ରଥମେ ନିଜ ମୋବାଇଲରେ ଠିକ ଭାବେ ସେଭ୍ କରନ୍ତୁ
- ଡାକ୍ତରଙ୍କ ପରାମର୍ଶ ପତ୍ର (Prescription)ର ଏକ ସ୍ପଷ୍ଟ ଫଟୋ ଉଠାନ୍ତୁ।
- ଏବେ ହ୍ବାଟ୍ସଆପରେ ଉକ୍ତ ଔଷଧ ଦୋକାନର ନମ୍ବର ଖୋଲନ୍ତୁ।
- ନିଜ ନାମ ଓ ରୋଗୀଙ୍କର ନାମ ଲେଖନ୍ତୁ। ନିଜର ଘରର ଅବସ୍ଥାନ ସୂଚନା, ଠିକଣା ଓ ବିଶଦ ଯୋଗୋଯାଗ (ଯଦି କିଛି ବିକଳ୍ପ ନମ୍ବର ଥାଏ) ଲେଖନ୍ତୁ।
- ଏହି ଲେଖା ସହ ପ୍ରେସ୍କ୍ରିପ୍ସନ୍ ଆଟାଚ୍ କରି ପଠାଇ ଦିଅନ୍ତୁ।
ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ
- ମେସେଜ୍ ପଠାଇବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ଔଷଧ ପହଞ୍ଚିବ।
- ଡେଲିଭରୀ ଦେବାକୁ ଯାଇଥିବା ବ୍ୟକ୍ତି ଔଷଧ ଦେବା ସମୟରେ ଆପଣଙ୍କ ମୂଳ ପ୍ରେସ୍କ୍ରିପ୍ସନ୍ ଦେଖିବା ପାଇଁ ମାଗିପାରନ୍ତି।
- ଆପଣ କ୍ରୟ କରିଥିବା ଔଷଧର ମୂଲ୍ୟ ବାଦ ଖୁଚୁରା ରାଶି ଦେବାପାଇଁ ଚେଷ୍ଟା କରନ୍ତୁ।
- ଆପଣଙ୍କୁ ଡେଲିଭରୀ ବଏ ଏକ ରସିଦ ଦେବେ।
ଔଷଧ ଦୋକାଗୁଡ଼ିକର ତାଲିକା
Comments are closed.