Odisha Link
Bridging the Missing Links in Odisha

ରାଜ୍ୟବାସୀ ‘ଆରୋଗ୍ୟ ସେତୁ’ ଆପ୍‌ ବ୍ୟବହାର କରନ୍ତୁ: ସମୀର ମହାନ୍ତି

ଭୁବନେଶ୍ବର: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସତ୍ୟ କୁମାରଙ୍କ ସମେତ କେନ୍ଦ୍ରୀୟ ଓ ରାଜ୍ୟ ନେତୃ ବୃନ୍ଦ ପ୍ରମୁଖ ଭିଡିଓ କନଫରେନ୍ସ ମାଧ୍ୟମରେ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ଲୋକପ୍ରିୟ କରାଇବା ପାଇଁ ଆଲୋଚନା କରିଥିଲେ।

‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସାଧାରଣ ଜନତା କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ। ଅତ୍ୟାଧୁନିକ ବ୍ଲୁ ଟୁଥ ପ୍ରଯୁକ୍ତି, ଆଲଗୋରିଦିମ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଉପଯୋଗ କରି ବ୍ୟବବହାରକାରୀଙ୍କ ସଂସ୍ପର୍ଶରେ ଆସୁଥିବା କରୋନା ସଂକ୍ରମିତ ଲୋକଙ୍କ ସଂପର୍କରେ ଏହି ଆପ୍‌ ସୂଚନା ଦେବା ସହ ଆଖପାଖ ଅଂଚଳର କରୋନା ଆକ୍ରାନ୍ତଙ୍କ ତଥ୍ୟ ଜଣାପଡିବ। ଲୋକେସନ ଅନ କରି ଆପଣ କେଉଁ ସ୍ଥାନରେ ଅଛନ୍ତି ଏବଂ ସେହି ସ୍ଥାନ କେତେ ସୁରକ୍ଷିତ ଅଛି ସେ ସଂପର୍କରେ ମଧ୍ୟ ଏହିି ଆପରୁ ଜଣାପଡିବ । କରୋନା ଭାଇରସରୁ କିପରି ଆପଣ ସୁରକ୍ଷିତ ରହିପାରିବେ ସେନେଇ ମଧ୍ୟ ଏହି ଆପ୍ ପରାମର୍ଶ ଦେବ। କରୋନା ଭୂତାଣୁକୁ ନେଇ କିଛି ସନ୍ଦେହ ଥିଲେ ଏହି ଆପ ମାଧ୍ୟମରେ ସାଧାରଣ ଜନତା ବିଷେଶଜ୍ଞମାନଙ୍କ ଠାରୁ ପରାମର୍ଶ ନେଇ ପାରିବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତା ଏହି ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ ମୋବାଇଲରେ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଏହି ଆପ୍ ସମ୍ବନ୍ଧରେ ଅବଗତ କରାଇ ସେମାନଙ୍କ ମୋବାଇଲରେ ବ୍ୟବହାର କରିବା ପାଇଁ ପ୍ରବର୍ତାଇବେ। ଏହି ଆପ୍ କୁ ସମଗ୍ର ରାଜ୍ୟବାସୀ ନିଜ ମୋବାଇଲ ଡାଉନଲୋଡ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି।

Comments are closed.