ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ: ପ୍ରଥମ ଥର ପାଇଁ ଭିଡିଓ କନ୍ଫରେନ୍ସିଂରେ ହେବ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। କୋଭିଡ-୧୯ ଯୋଗୁଁ ଲକ୍ଡାଉନ୍ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ। ପୂର୍ବରୁ କେବେ ହେଲେ ଏପରି ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର ଦେଖିବାକୁ ମିଳିନାହିଁ।
ଆଜି ସକାଳ ୧୦ଟା ୪୫ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ହେଲେ କ୍ୟାବିନେଟ୍ ବୈଠକର ଏଜେଣ୍ଡା ସଂପର୍କରେ ମନ୍ତ୍ରୀମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ବୈଠକରେ ବିଧାୟକ ପାଣ୍ଠିକୁ ବର୍ଷେ ପାଇଁ ନିଲମ୍ବିତ କରିବା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଆଲୋଚନା ହେଉଛି। ସେହିପରି ମନ୍ତ୍ରୀମାନଙ୍କ ଦରମା ହ୍ରାସ ଓ ଅନ୍ୟାନ୍ୟ ଆର୍ଥିକ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।
ନିକଟରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ଭିଡିଓ କନ୍ଫରେନ୍ସିଂ ଯୋଗେ ବସିଥିଲା। ସେହିପରି କେନ୍ଦ୍ର କ୍ୟାବିନେଟ୍ର ଏକ ବୈଠକ ମଧ୍ୟ ଭିଡିଓ କନ୍ଫରେନ୍ସିଂ ଯୋଗେ ହୋଇଥିଲେ।
Comments are closed.