ମାସ୍କ ନପିନ୍ଧିଲେ ଜରିମାନା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ତଣ୍ଡ। ଏନେଇ ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ସେ ଆହୁରି କହିଛନ୍ତି ଯେ, ଆଜିଠାରୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ଏହାକୁ କେହି ଅବମାନନା କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ।
ସେ ଆହୁରି କହିଛନ୍ତି ଯେ, ଆଜିଠାରୁ ସାରା ରାଜ୍ୟରେ ମାସ୍କ ପନ୍ଧିବା ବାଧ୍ୟତାମୂଳକ ଅଟେ। ଯଦି ଏହି ନିୟମକୁ ଯଦି କେହି ଅବମାନନା କରେ ତେବେ ପ୍ରଥମ ୩ଟି ଭୁଲ ବା ମାମଲା ଯାଏଁ ୨୦୦ ଟଙ୍କା ଫାଇନ୍। ୩ଟି ମାମଲା ପରେ ପୁଣି ଭୁଲ କଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
Comments are closed.