ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହେବ କରୋନା ଟୀକା!
ଓଏଲ୍ ବ୍ୟୁରୋ: କରୋନା ପାଇଁ ପ୍ରତିଷେଧକ ଉଦ୍ଭାବନ ହେବାକୁ ଆଉ ୫ ମାସ ଲାଗିବ। ୨୦୨୦ ସେପ୍ଟେମ୍ବର ମାସ ସୁଦ୍ଧ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇଯିବ। ଏଭଳି କହିଛନ୍ତି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ।
ପ୍ରସିଦ୍ଧ ଇଂରାଜୀ ଖବରକାଗଜ ଟେଲିଗ୍ରାଫ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜେନିଫର ବିଶ୍ବବିଦ୍ୟାଳୟ ଓ ଅକ୍ସଫୋର୍ଡ ଭାକ୍ସିନ୍ ଗ୍ରୁପ୍ କ୍ଲିନିକାଲ୍ ଟିମ୍ ମିଳିତ ଉଦ୍ୟମରେ ଏହି ଭାକ୍ସିନ୍ (ପ୍ରତିଷେଧକ) ପରୀକ୍ଷଣ ପାଇଁ ୫୦୦ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କର ବୟସ ୧୮ରୁ ୫୫ ମଧ୍ୟରେ। ଚଳିତ ମାସରୁ ସେମାନଙ୍କ ଉପରେ ଭାକ୍ସିନ୍ ପରୀକ୍ଷଣ ଆରମ୍ଭ ହେବ।
ଟେଲିଗ୍ରାଫ୍କୁ ଗବେଷକମାନେ କହିଛନ୍ତି ଯେ ଯଦି ଗବେଷଣା ସଫଳ ରହେ ତେବେ ଶରତ ଋତୁ (ଅଟମ୍) ସୁଦ୍ଧା ଏହି ଭାକ୍ସିନ୍ର ତୃତୀୟ ସ୍ତର (ଫେଜ୍ ୩) ପରୀକ୍ଷଣ ହୋଇଯିବ। ଏହା କେତେ ପ୍ରଭାବୀ ଜଣାପଡ଼ିବା ସହ ଏହାକୁ ଅଧିକ ମାତ୍ରାରେ କିଭଳି ପ୍ରସ୍ତୁତ କରାଯାଇ ପାରିବ ତାହା ମଧ୍ୟ ଜଣାପଡ଼ିବ।
ତେବେ କେବଳ ଇଂଲଣ୍ଡ ନୁହେଁ, ଅନ୍ୟ କେତେକ ଦେଶ ମଧ୍ୟ କରୋନା ଭାକ୍ସିନ୍ ଉପରେ ଗବେଷଣା ଜାରି ରଖିଛନ୍ତି।
Comments are closed.