ଅମାନିଆ ଗାଡ଼ିଚାଳକ ସାବଧାନ: ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ

କଟକ: ରାସ୍ତାରେ ଯାତାୟତ ଗାଡ଼ିକୁ ପୁଲିସ ଜବତ କରିପାରିବନି ବୋଲି ଗତକାଲି ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ହାଇକୋର୍ଟ ଆଜି ପୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି। କୋହଳ ହୋଇଥିବା ଗାଡ଼ି ଚଳାଚଳ କଟକଣା ପୁଣି ଲାଗୁ ହୋଇଛି।
ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ ଅନୁସାରେ କୋହଳ କଟକଣା ସମସ୍ତଙ୍କ ପାଇଁ ଲାଗୁ ହେବନାହିଁ। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତି ତିନିଥର ଘୋଷଣାପତ୍ର ଲେଖି ରାସ୍ତାରେ ଗାଡ଼ି ଚଳାଇପରିବେ। ଅନୁରୂପ ଭାବେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ମଧ୍ୟ କଟକଣା ଲାଗୁ ହେବନାହିଁ ବୋଲି ହାଇକୋର୍ଟ ପୁଲିସକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ଭିନ୍ନ ଅନ୍ୟମାନେ ଗାଡ଼ି ଚଳାଚଳ କଲେ ପୂର୍ବଭଳି ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହେବେ।
ଗତକାଲି ଓଡ଼ିଶା ପୁଲିସକୁ ଓଡ଼ିଶା ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ପୁଲିସ କୌଣସି ଗାଡ଼ିକୁ ଜବତ କରିପାରିବେ ନାହିଁ। ଏପରିକି ପୂର୍ବରୁ ଜବତ ଗାଡ଼ିଗୁଡ଼ିକ ତୁରନ୍ତ ଛାଡ଼ିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଆଜି ପୁଣି ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହୋଇଛି।
Comments are closed.