ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ, ମୋଟ ୫୪ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୫୩ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍।
ଏଯାବତ୍ ମୋଟ ୩,୫୫୧ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୪୯୭ ଜଣଙ୍କର ନମୁନା ନେଗେଟିଭ୍ ଆସିଛନ୍ତି। କାଲି ସୁଦ୍ଧା ପଜିଟିଭ୍ ବାହାରିଥିବା ୫୦ ଆକ୍ରାନ୍ତଙ୍କ ମଧ୍ୟରେ ୨ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ଆଜି ୪ ଆକ୍ରାନ୍ତଙ୍କ ବାବଦରେ ଅଧିକ ସୂଚନା ମିଳି ପାରିନାହିଁ।
Comments are closed.