କୃଷିକୁ ନେଇ ଚିନ୍ତାବ୍ୟକ୍ତ କଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍। କରୋନା ପାଇଁ ଦିନକୁ ଦିନ କୃଷିକାର୍ଯ୍ୟ ବ୍ୟାଘତ ହେବାରେ ଲାଗିଛି। ଏହାରି ମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଲକ୍ଡାଉନ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିକ୍ଷେତ୍ରକୁ ବାଦ୍ ଦେଇଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଲକ୍ଡାଉନ୍ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ଦୂର ପାଇଁ ପ୍ରୟାସ ଚାଲିଛି। ଜିଲ୍ଲା ସ୍ତରରେ ଥିବା ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି। ସୁରୁଖୁରୁରେ ଅମଳ ଟ୍ରାନ୍ସପୋର୍ଟିଂ ପାଇଁ ଧ୍ୟାନ ଦିଆଯାଉଛି। ଆଜି ଲକ୍ଡାଉନ୍ରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମତ୍ସ୍ୟଚାଷକୁ ବାଦ୍ ଦେଇଛନ୍ତି। କେନ୍ଦ୍ରର ଏହି ଗାଇଡ଼୍ ଲାଇନ୍ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଥାଉକି, କିଛି ଦିନ ତଳେ କୃଷି ମନ୍ତ୍ରୀ ଡ଼ ସାହୁ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ମଧ୍ୟ ଆଲଚନା କରିଥିଲେ।
Comments are closed.