HDFC ବ୍ୟାଙ୍କ୍ର ୨ କୋଟି ଅଂଶଧନ କିଣିନେଲା ଚୀନ

ଓଏଲ୍ ବ୍ୟୁରୋ: କରୋନା କବଳରେ ସାରା ବିଶ୍ବ ଆକ୍ତାମକ୍ତା ହେଉଥିବା ବେଳେ ସେୟାର୍ ବଜାର ବି ଫିକା ପଡ଼ିଯାଇଛି। ବହୁ ବ୍ୟବସାୟର ଅଂଶଧନ ମୂଲ୍ୟ ବେଶ୍ କମି ଯାଇଥିବା ବେଳେ ଏହାର ଫାଇଦା ନେଇଛି ଚୀନ୍। ଏହି ମଉକାରେ ଏଚ୍ଡିଏଫ୍ସି ବ୍ୟାଙ୍କର ୧ କୋଟି ୭୫ ଲକ୍ଷ ଅଂଶଧନ କିଣିଛି ଚୀନ୍ର ପ୍ରମୁଖ ବ୍ୟାଙ୍କ ପୁପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା।
ଜାନୁଆରୀରୁ ମାର୍ଚ୍ଚ ଭିତରେ ପିପୁଲ୍ସ ବ୍ୟାଙ୍କ ଏତେ ପରିମାଣର ଅଂଶଧନ କିଣିନେଇଛି ଯାହା HDFC ସମୁଦାୟ ସେୟାର୍ର ୧.୦୧ ପ୍ରତିଶତ। ଫେବ୍ରୁଆରୀ ପ୍ରଥମ ସପ୍ତାହ ଠାରୁ ଏଚ୍ଡିଏଫ୍ସି ବ୍ୟାଙ୍କର ସେୟାର୍ ମୂଲ୍ୟ କ୍ରମାଗତ ଭାବେ ଖସିଚାଲିଛି। ଏବେ ୪୧ ପ୍ରତିଶତ କମ ରହିଛି। ଏଚ୍ଡିଏଫ୍ସି ଏକ ଭାରତୀୟ ବ୍ୟାଙ୍କ। ଏହା ଦେଶର ସବୁଠୁ ବଡ଼ ଋଣ ଘରୋଇ ଋଣଦାତା ସଂସ୍ଥା।
ଏସିଆର ବିଭିନ୍ନ ଦେଶରେ ଏବେ ଷ୍ଟକ୍ ବଜାର ଭୁଶୁଡ଼ୁଥିବା ବେଳେ ଚୀନ୍ ପ୍ରମୁଖ ଅର୍ଥ ଦେଣନେଣ ସଂସ୍ଥାଗୁଡ଼ିକର ସେୟାର୍ କିଣିବାରେ ଲାଗିଛି।
Comments are closed.