ଆସିଲା ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ସେମାନଙ୍କର ତଥ୍ୟ ପ୍ରକାଶ କରିଛନ୍ତି ସରକାର। ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଁଞ୍ଚିଛି। ତେବେ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲାର ବିସ୍ରା ଅଞ୍ଚଳର ହୋଇଥିବା ବେଳେ ଜଣେ ଆକ୍ରାନ୍ତ କେନ୍ଦ୍ରାପଡା ଜିଲ୍ଲାରୁ ଏବଂ ଅନ୍ୟ ଜଣେ ଆକ୍ରାନ୍ତ ଭୂବନେଶ୍ୱରରୁ ହୋଇଥିବା ନେଇ ଟୁଇଟ୍ କରି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ତେବେ ଏହି ୪ ଆକ୍ରାନ୍ତଙ୍କର ଗସ୍ତ ସୂଚୀ ଓ କାହା କାହା ସଂପର୍କରେ ଆସିଛନ୍ତି ସେ ନେଇ ସବିଶେଷ ତଥ୍ୟ ଆସିନାହିଁ।
ରାଜ୍ୟରେ ବର୍ତ୍ତମାନ ମୋଟ୍ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି। ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ କରି ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ବର୍ତ୍ତମାନ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି।
Patient Details of four positive cases of 11th April, #Covid19 #Odisha pic.twitter.com/WokFWKuVBe
— I & PR Department, Odisha (@IPR_Odisha) April 12, 2020
Comments are closed.