ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧.୪୩ ଲକ୍ଷ ଟଙ୍କା ଦେଲେ ପ୍ରବାସୀ ଓଡ଼ିଆ ଶିତିକଣ୍ଠ ଦାଶ

ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି, ଜନସେବୀ ତଥା ବାୟୋଟେକ ବୈଜ୍ଞାନିକ ଡ. ଶିତିକଣ୍ଠ ଦାଶ ଓଡ଼ିଶାର କରୋନା ଲଢ଼େଇ ପାଇଁ ବଢ଼ାଇଛନ୍ତି ସହଯୋଗର ହାତ। ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଡ. ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ୧୫,୦୦୦ ଆମେରିକୀୟ ଡଲାର ଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ୪୩ ହଜାର ଟଙ୍କା।
ଆମେରିକାର ମିନେସଟା ରାଜ୍ୟର ମିନିଆପଲିସି ଠାରେ ଔଷଧ ତିଆରିକାରଖାନା ୟୁଏଏସ ଲାବୋରେଟରୀର ପ୍ରତିଷ୍ଠାତା ଡ. ଦାଶ ରାଜ୍ୟ ଠାରୁ ଦୂରରେ ରହୁଥିଲେ ହେଁ ନିଜର ମାତୃଭୂମି ପ୍ରେମ ଦେଖାଇଛନ୍ତି। ଏ ଅବସରରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ନେଉଥିବା ପଦକ୍ଷେପ ଓ ଜନତାଙ୍କ ସୁବିଧା ପାଇଁ ଯୋଜନା ସବୁକୁ ପ୍ରଶଂସା କରିଛନ୍ତି। ଓଡ଼ିଶା ସୋସାଇଟି ଅଫ ଆମେରିକାର ପୂର୍ବତନ ସଭାପତି ଶିତିକଣ୍ଠ ଦାଶ ରାଜ୍ୟର ଏହି ବିପଦ ବେଳରେ ତାଙ୍କ ଭଳି ବିଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି।
ବାୟୋଟେ କବିଭାଗର ଜଣେ ବିଖ୍ୟାତ ବୈଜ୍ଞାନିକ ଭାବେ ଆନ୍ତର୍ଜାତିକ ସ୍ତରରେ ସୁପରିଚିତ ଡ. ଦାଶଙ୍କର ପ୍ରୋବାୟୋଟଟିକ କ୍ଷେତ୍ରରେ ବହୁ ଉଦ୍ଭାବନ ରହିଛି। ବିଶ୍ୱର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଡକ୍ଟର ଦାଶ ଫାଉଣ୍ଡେସନର ସେ ପ୍ରତିଷ୍ଠାତା ଅଧକ୍ଷ। ଭୁବବେଶ୍ୱର ସ୍ଥିତ ଆଇଆଇଟି ଠାରେଏକ ଇନୋଭେସନ ସେଣ୍ଟର ପ୍ରତିଷ୍ଠା କରିବା ସହିତ ଏହାକୁ ସେ ପରିଚାଳନା ମଧ୍ୟ କରୁଛନ୍ତି। ତାଙ୍କର କବୟିତ୍ରୀ ପତ୍ନୀ କଳ୍ପନା ଦଶ ଓ ପରବାର ସହିତ ଆମେରିକାରଏଡିନା ସହରରେ ବସବାସ କରୁଥିବା ଡ. ଦାଶ ସେଠାରେ ସବୁଠୁ ବଡ ହିନ୍ଦୁ ମନ୍ଦିରନିର୍ମାଣ କରିଛନ୍ତି।
କଟକ ଜିଲ୍ଲାର ସାଲେପୁର ଅନ୍ତର୍ଗତ ତୁଣପୁର ନିବାସୀ ଡ. ଦାଶ ନିଜ ଗ୍ରାମରେ ଜଗନ୍ନାଥ, ଦୁର୍ଗା, ଗଣେଶ ମନ୍ଦିର ପ୍ରତିଷ୍ଠା ସାଙ୍ଗକୁ ରାଜ୍ୟର ଛଅଗୋଟି ହାଇସ୍କୁଲ ପରିଚାଳନା, ଉଦୟଗିରି ଠାରେ ମହିଳା ପଲିଟେକ୍ନିକ ଏବଂ ବିଜୟା, ବସୁନ୍ଧରା ଓ ଆଦୃତ ଭଳି ତିନୋଟି ଅନାଥାଶ୍ରମ ସ୍ଥାପାନରେ ପ୍ରମୁଖ ସହଯୋଗ ରଖିଛନ୍ତି। ଆମେରିକାରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଭାଷା,ସାହିତ୍ୟ, ପର୍ଯ୍ୟଟନ ତଥା ବ୍ୟଞ୍ଜନର ପ୍ରସାର ଓ ପ୍ରଚାର କରିବାରେ ଉତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି।
Comments are closed.