ଲକ୍ଡାଉନ୍: କାଲିଠୁ ଏହି ରାଜ୍ୟରେ ଖୋଲିବ ମଦ ଦୋକାନ
![](https://www.odishalink.com/wp-content/uploads/2020/04/Liqour-shop.....jpg)
ଗୌହାଟି: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ଏପ୍ରିଲ ୧୪ ଯାଏ ସାରା ଦେଶ ଲକ୍ଡାଉନ୍। ଏହି ସମୟରେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଓ ଜୁରୁୁରିକାଳୀନ ସାମଗ୍ରୀ ରଖିଥିବା ଦୋକାନ ଗୁଡ଼ିକ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲକ୍ଡାଉନ୍ ମଧ୍ୟରେ ଆସାମ ସରକାର ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଥିପାଇଁ କିଛି କଟକଣା ଜାରି କରିଛନ୍ତି ।
Assam Government has allowed the opening of retail liquor outlets from April 13. The notification states that all liquor shops shall remain open from 10amto5:00pm on the permitted days, and follow social distancing. pic.twitter.com/4D6vpLvwaq
— ANI (@ANI) April 12, 2020
ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏପ୍ରିଲ ୧୩ ଅର୍ଥାତ୍ ଆସନ୍ତାକାଲିଠୁ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଏଥିସହିିତ କିଛି କଟକଣା ଜାରି କରିଛନ୍ତି ସରକାର। ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଦିଷ୍ଟ କିଛି ଘଣ୍ଟା ପାଇଁ ମଦ ଦୋକାନ, ବଟଲିଂ ପ୍ଲାଣ୍ଟ ଏବଂ ମଦ ଭାଟି ଖୋଲାଯିବ। ଏଥିସହିତ ନିର୍ଦ୍ଦିଷ୍ଟ ଦିନରେ ମଦ ଦୋକାନ ଗୁଡିକ ଖୋଲିବ। ଏବଂ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏଥିସହିତ ଏହି ସମୟରେ ସାମାଜିକ ଦୂରତ୍ବ ପ୍ରତି ଧ୍ୟାନ ଦେବା ପାଇଁ ଉଲ୍ଲେଖ ରହିଛି।
Comments are closed.