Odisha Link
Bridging the Missing Links in Odisha

ଭଲ ଖବର: ୨୪ ଘଣ୍ଟାରେ ନାହିଁ ନୂଆ ପଜିଟିଭ୍ କେସ୍

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। କାରଣ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌାଣସି କରୋନା ପଜିଟିଭ୍‌ କେସ୍‌ ଆସିନାହିଁ । ଗତକାଲିରୁ ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ବାହାରିନି ପଜିଟିଭ ରିପୋର୍ଟ। ଆଜି ସକାଳ ସୁଦ୍ଧା ପରୀକ୍ଷା ହୋଇଥିବା ୪୧୭୦ ରିପୋର୍ଟରୁ ୪୧୧୬ ନେଗେଟିଭ ବହାରିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ସ୍ଥିର ରହିଛି। ସେ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୪୦ ଜଣଙ୍କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭ୍‌ ତାଲିକାରେ ଗଣାଯାଉଛି। ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.