କାଲି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ: ଆସନ୍ତାକଲି ସକାଳ ୧୦ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀଙ୍କ କ୍ୟାର୍ଯ୍ୟାଳୟରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତାକାଲି ହେଉଛି ୨୧ ଦିନିଆ ଲକ୍ଡାଉନର ଅନ୍ତିମ ଦିନ। କେନ୍ଦ୍ର ସରକାର ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବେ ନା ନାହିଁ, ସେ ନେଇ ଏଯାବତ୍ କିଛି ନିଷ୍ପତ୍ତି ନେଇ ନାହାନ୍ତି।
ତେବେ କାଲି ସକାଳେ ପ୍ରଧାନମନ୍ତ୍ରୀ ଲକ୍ ଡାଉନ୍ ଅବଧି ବୃଦ୍ଧି କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶିତ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ତେଣୁ ମୋଦି ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିପାରନ୍ତି।
Prime Minister @narendramodi will address the nation at 10 AM on 14th April 2020.
— PMO India (@PMOIndia) April 13, 2020
Comments are closed.