ରାଜ୍ୟରେ ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ମୋଟ ୫୫ ଜଣ

ଭୁବନେଶ୍ବର: ରାଜ୍ୟେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ନୂତନ କୋଭିଡ-୧୯ ପଜିଟିଭ୍ ଜଣକ ୩୫ ବର୍ଷୀୟ ଯୁବକ। ତାଙ୍କ ଘର ବମିଖାଲ ଅଞ୍ଚଳରେ। ସେ ପୂର୍ବରୁ କରୋନା ୪ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବରୁ କୋଭିଡ-୧୯ ସଂକ୍ରମିତ ରାଜ୍ୟର ୭, ୮, ୨୨ ଏବଂ ୩୯ ତମ ବ୍ୟକ୍ତିମାନେ ସଂପୃକ୍ତ ଯୁବକଙ୍କ ପଡୋଶୀ ହୋଇଥିବା ଜଣାଯାଇଛି। ଯୁବକଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କ ଗସ୍ତ ବିବରଣୀ ଟ୍ବଟି କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ।
ସଂପୃକ୍ତ ଯୁବକ ଜଣଙ୍କ ଲକଡାଉନ ସମୟରେ ବମିଖାଲର ଜୟଦୁର୍ଗା ଆପାଟମେଣ୍ଟରେ ରହୁଥିଲେ। ସେ ହୋମ ଆଇସୋଲେସନରେ ଥିଲେ। ଏବେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗତକାଲି ମଧ୍ୟ ରାତ୍ରି ସୁଦ୍ଧା ରାଜ୍ୟରେ କୋଭିଡ-୧୯ ପଜିଟିଭଙ୍କ ସଂଖ୍ୟା ୫୪ ଥିବା ବେଳେ ତାହା ଏବେ ଆଉ ଗୋଟିଏ ବଢ଼ିଛି।
ଶ୍ରୀ ବାଗଚୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ମୋଟ ୫୫ ଜଣ କୋଭିଡ-୧୯ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୧ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋାଗୁଁ ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ଗତକାଲି ରାତି ସୁଦ୍ଧା ମୋଟ୍ ୪୧୭୦ ଜଣଙ୍କର ନମୁନା ପରୀକ୍ଷଣ ରିପୋର୍ଟ ଆସିଥିବା ବେଳେ ସେଥିରୁ ୫୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବ ଶ୍ରୀ ବାଗଚୀ ସ୍ପଷ୍ଟ କରିଛନ୍ତି।
Travel History of #Covid19 Patient, Case no: 55
Contact tracing and follow up action is being taken. #OdishaFightsCorona. pic.twitter.com/3OLYdy0yFC
— I & PR Department, Odisha (@IPR_Odisha) April 13, 2020
Comments are closed.