ପ୍ରଧାନମନ୍ତ୍ରୀ କ’ଣ ପାଇଁ ମେ ୩ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କଲେ ?, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍ଡାଉନ୍ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ମୋଦି କହିଛନ୍ତି।
୧୯ ଦିନ ପାଇଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କଲେ କେନ୍ଦ୍ର ସରକାର। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଡାଉନ୍ ଅବଧିକୁ ୧୯ ଦିନ ବୃଦ୍ଧିକୁ ନେଇ ଅନେକ ଲୋକ ଚକିତ ହୋଇଯାଇଛନ୍ତି। ଏହା ଗୋଟିଏ ସପ୍ତାହ କି ଦୁଇ ସପ୍ତାହ କିମ୍ବା ମାସର ଶେଷ ନୁହେଁ। ଏପରିକି ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ ଏପ୍ରିଲ ୩୦ ପରିବର୍ତ୍ତେ କାହିଁକି ମେ ୩ ପର୍ଯ୍ୟନ୍ତ ଲକଡ଼ାଉନ୍ ଅବଧିକୁ ବୃଦ୍ଧି କରାଯାଇଛି?
ସରକାରୀ ସୂତ୍ର ଅନୁଯାୟୀ, ତାଲାବନ୍ଦ ଅବଧି ମେ ୩ପର୍ଯ୍ୟନ୍ତ ବୃଦ୍ଧି କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ ବରଂ ଏହି ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଦ୍ବାରା ନିଆଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ ଅବଧି ବୃଦ୍ଧି କରାଯିବାକୁ କେନ୍ଦ୍ରକୁ ରାଜ୍ୟ ସରକାରମାନେ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର କେବଳ ୩୦ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଚାହୁଁଥିଲେ କିନ୍ତୁ ମେ ୧ ଶ୍ରମ ଦିବସ ପାଇଁ ଛୁଟି , ତା’ପର ଦିନ ଦୁଇ ମେ ଶନିବାର ଏବଂ ମେ ୩ ରବିବାର ପଡ଼ୁଥିବାରୁ ରାଜ୍ୟ ସରକାରମାନେ ତାଲବନ୍ଦ ଅବଧି ଅପ୍ରିଲ ୩୦ ପରିବର୍ତ୍ତେ ମେ ୩ ପର୍ଯ୍ୟନ୍ତ ଆଉ ତିନି ଦିନ ବୃଦ୍ଧି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ।
Govt Sources on the extension of lockdown to May 3rd rather than April 30 (as recommended by states): 1st May is a public holiday, 2nd May is a Saturday and 3rd May is a Sunday
— ANI (@ANI) April 14, 2020
Comments are closed.