IPL 2020: ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ

ନୂଆଦିଲ୍ଲୀ: ମହାମାରୀ କରୋନର ମୁକାବିଲା ପାଇଁ ୩ ମେ’ ଯାଏ ସାରା ଦେଶ ଲକ୍ଡାଉନ୍। ଗତକାଲି ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରପକ୍ଷେ କରୋନା ପାଇଁ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ହେଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ତମ ସଂସ୍କରଣ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହା ସ୍ଥଗିତ ରହିବ। ଏନେଇ ସୂଚନା ଦେଇଛି ବିସିସିଆଇ।
ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ ହେବାର ଥିଲା। ହେଲେ କରୋନା ଭାଇରସ୍ ଯୋଗୁଁ ସାରା ଦେଶକୁ ଏପ୍ରିଲ ୧୪ ଯାଏଁ ଲକ୍ଡାଉନ୍ ଘୋଷଣା କରିଥିଲେ ସରକାର। ଏଥିପାଇଁ ଆଇପିଏଲ୍ ହେବ କି ନାହିଁ ସେନେଇ ଏପ୍ରିଲ ୧୪ ପରେ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସୂଚନା ଦେଇଥିଲା।
ହେଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ କେନ୍ଦ୍ର ସରକାର ପୁଣି ଲକ୍ଡାଉନ୍ ଅବଧିକୁ ମେ’ ୩ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଫଳରେ ବର୍ତ୍ତମାନ ବିସିସିଆଇ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସେହିପରି ଚଳିତ ବର୍ଷ ଟି-୨୦ ବିଶ୍ଵକପ ମଧ୍ୟ ହେବ ନା ନାହିଁ ଅନିଶ୍ଚିତତା ମଧ୍ୟରେ ରହିଛି।
Comments are closed.