ପାନୀୟ ଜଳ ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ଜାରି କଲେ ଟୋଲ ଫ୍ରି ନମ୍ବର

ଭୁବନେଶ୍ବର: ବର୍ତ୍ତମାନ ସାରା ଦେଶରେ ଆରମ୍ଭ ହୋଇଛି ଗ୍ରୀଷ୍ମଋତୁ ବା ଖରାଦିନ। ବିଶେଷକରି ଏହି ଖରାଦିନ ମାନଙ୍କରେ ଜଳ ସଙ୍କଟ ଦେଖାଯାଇଥାଏ। ଏହାକୁ ନଜରରେ ରଖି ପାନ୍ୟଜଳ ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି। ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ କୁ ମାଗଣାରେ ଫୋନ୍ କରିହେବ।
ପାନୀୟ ଜଳ ଯୋଗାଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଉଭୟ ଗାଁ ଓ ସହରରେ ବିଶୁଦ୍ଧ ଜଳଯୋଗାଣ ନେଇ ପଦକ୍ଷେପ ନିଆଯାଉଛି। ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ, ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ। ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
Comments are closed.