Odisha Link
Bridging the Missing Links in Odisha

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌: ଓଡ଼ିଶାବାସୀଙ୍କୁ ସରକାରଙ୍କ ପରାମର୍ଶ

ଭୁବନେଶ୍ବର: କରୋନାର ଔଷଧ ଭାବେ ଏବେ ବ୍ୟବହୃତ ହେଉଥିବା ମ୍ୟାଲେରିଆ ବଟିକା ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ବ୍ୟବହାର ନେଇ ଓଡ଼ିଶା ସରକାର ଆଡଭାଇଜରୀ ଜାରି କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏହି ପରାମର୍ଶରେ ସାଧାରଣ ଲୋକଙ୍କୁ ଡାକ୍ତରୀ ପରାମର୍ଶ ବିନା ଏହି ଔଷଧ ନ ଖାଇବା ଲାଗି କୁହାଯାଇଛି। ଏହାର ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ପରାମର୍ଶଗୁଡ଼ିକ ହେଲା-

  • ଡାକ୍ତରୀ ପରାମର୍ଶ ପତ୍ର (ପ୍ରେସ୍କ୍ରିପ୍ସନ୍) ବିନା କୌଣସି ଔଷଧ ଗ୍ରହଣ କରନ୍ତୁନାହିଁ।
  • ହାଇଡ୍ରୋକ୍ଲୋରୋକୁଇନ୍‌ କେବଳ ଡାକ୍ତରୀ ପରାମର୍ଶରେ ଦିଆଯିବ।
  • ପରୀକ୍ଷରଗାରରେ ପଜିଟିଭ୍‌ ବାହାରିଥିବା ରୋଗୀ, ଘରୋଇ ସଂପୃକ୍ତ ବ୍ୟକ୍ତି ଓ ଏମାନଙ୍କ ସହ କାମ କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ କେବଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଦିଆଯିବ।
  • ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ରେ ଆଜିଥ୍ରୋମାଇସିନ୍‌ ରହିଛି। ବିନା ପରାମର୍ଶରେ ଗ୍ରହଣ କଲେ ଏହା ମଣିଷର ସ୍ବାସ୍ଥ୍ୟବସ୍ଥା ଖରାପ କରିପାରେ ଓ ଆଇସିୟୁରେ ଚିକିତ୍ସିତ ହେବାକୁ ପଡ଼ିପାରେ।
  • ଡ୍ରଗ୍‌ ଓ କଞ୍ଜୁମର ଆକ୍ଟ ୧୯୪୦ ଅନୁସାରେ ଅନଧିକୃତ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି କରିବା ଦଣ୍ଡନୀୟ ଅପରାଧ।

Comments are closed.