ଗାଡ଼ି ଛାଡ଼ିଲାନି ପୁଲିସ, ବାପାଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରୁ ଫେରିଲେ: ଦେଖନ୍ତୁ ଭିଡିଓ

କୋଲାମ୍: କରୋନା ଲକ୍ଡାଉନ୍ ସମୟରେ କେରଳର କୋଲାମ୍ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲାନ୍ତପୁଝା ଗାଁର ଜଣେ ବ୍ୟକ୍ତି ନିଜ କନ୍ଧରେ ରୋଗିଣା ବାପାଙ୍କୁ ଧରି ଡାକ୍ତରଖାନାରୁ ବାହାରିଛନ୍ତି। ସେ ବିକଳରେ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏବେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ଏ ଘଟରାକୁ ଗୁରୁତ୍ବ ଦେଇ ତଦନ୍ତ ଆରମ୍ଭ କରିଛନ୍ତି।
ବୃଦ୍ଧ ପିତାଙ୍କ ନାମ ଜର୍ଜ ଓ ପୁଅଙ୍କର ନାମ ରଏ। କିଛିଦିନ ତଳେ ସ୍ଥାନୀୟ ପୁଲାନୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଜର୍ଜ। ଗତକାଲି ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିଲା। ଅଟୋଚାଳକ ରଏ ନିଜର ଅଟୋ ନେଇ ଡାକ୍ତରଖାନା ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା ଓ ଡାକ୍ତରଖାନା ଯିବା ପାଇଁ ଗାଡ଼ିକୁ ଛାଡ଼ି ନଥିଲା। ବାଧ୍ୟ ହୋଇ ଜର୍ଜ ଡାକ୍ତରଖାନା ଠାରୁ ଏକ କିଲୋମିଟର ଦୂରରେ ଗାଡ଼ି ରଖି ଚାଲି ଚାଲି ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରୁ ତାଙ୍କ ବାପାଙ୍କୁ କାନ୍ଧରେ ବୋହି ପୁଣି ଚାଲି ଚାଲି ଅଟୋ ରିକ୍ସା ଯାଏଁ ଫେରିଥିଲେ। କାନ୍ଧର ବୋଝ ଶୀଘ୍ର ହାଲକା କରିବା ପାଇଁ ରଏ ପ୍ରାୟ ଦୌଡ଼ିବା ପରି ଆସୁଥିବା ବେଳେ ତାଙ୍କ ପଛେ ପଛେ ତାଙ୍କ ମା’ ମଧ୍ୟ ବାପାଙ୍କର ଔଷଧ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା।
ଭିଡିଓଟି ଭାଇରାଳ ହେବା ପରେ କେରଳ ସରକାର ଓ ପୁଲିସକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ରଏ ନିଜର ଦାବି ପ୍ରମାଣ କରିବା ପାଇଁ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ତାଭ୍କ ଗାଡ଼ି ଛଡ଼ା ଯାଇନଥିବା ପୁଲିସ ସଫେଇ ଦେଇଛି।
#WATCH Kerala: A person carried his 65-year-old ailing father in Punalur & walked close to one-kilometre after the autorickshaw he brought to take his father back from the hospital was allegedly stopped by Police, due to #CoronavirusLockdown guidelines. (15.4) pic.twitter.com/I03claE1XO
— ANI (@ANI) April 16, 2020
Comments are closed.