କରୋନା ଭାଇରସ୍ ମୁକାବିଲା ପାଇଁ ରାପିଡ୍ ଟେଷ୍ଟିଂ ବଡ଼ ଅସ୍ତ୍ର: ରାହୁଲ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କୋଭିଡ-୧୯ ଭୂତାଣୁ ବା କରେନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ କୌଣସି ଔଷଧ ବାହାରି ନାହିଁ। ବର୍ତ୍ତମାନ ସମୟରେ ଏହି ଭାଇରସର ମୁକାବିଲା କରିିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦ୍ବରତ୍ବ। ଏଥିପାଇଁ କେନ୍ଦ୍ର ସରକାର ଲକ୍ଡାଉନ୍ ନୀତି ଆପଣାଇଛନ୍ତି। ଏହାରି ମଧ୍ୟରେ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ ଓ କରୋନା ସଂକ୍ରମଣକୁ ନେଇ ଆଜି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଦ୍ୱାରା ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, କୌଣସି ବି ପରିସ୍ଥିତିରେ ଲକଡାଉନ କରୋନାକୁ ପରାସ୍ତ କରିପାରିବ ନାହିଁ। ଏହା କେବଳ ଭାଇରସକୁ କିଛି କ୍ଷଣ ପାଇଁ ଅଟକାଇ ଦେଇପାରିବ। ଭାଇରସକୁ ହରାଇବାକୁ ହେଲେ ଆମକୁ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏବେ ସରକାର କେବଳ ଭାଇରସ ପଛରେ ଦଉଡ଼ିଛନ୍ତି। ତେଣୁ ବିନା ପରୀକ୍ଷାରେ ଭାରତରେ ମହାମାରୀ କରୋନା ସ୍ଥିତି କ’ଣ ସେକଥା ଜାଣିବା କଷ୍ଟକର। ଏବେ ପରୀକ୍ଷା ବହୁତ କମ ହେଉଛି। ତେଣୁ ଟେଷ୍ଟିଂ ପ୍ରକ୍ରିୟାକୁ ବଢ଼ାଇବାକୁ ପ୍ରସ୍ତାବ ଦେଉଛି। ଏହାଦ୍ୱାରା ଆମେ କରୋନା ସ୍ଥିତି ଜାଣିବା ସହ ଏହାକୁ ପରାସ୍ତ କରିପାରିବା।
कोविड को नियंत्रित नहीं किया जा सकता है, इसे गतिशील रूप से प्रबंधित करना होगा। यदि आप इसे ठीक से प्रबंधित करते हैं, तो आप इससे लड़ने में सक्षम होंगे, लेकिन यदि आप इसे आज़माते हैं और इसे नियंत्रित करते हैं, तो आप नहीं कर पाएंगे : श्री @RahulGandhi #RahulSpeaksForIndia
— Congress (@INCIndia) April 16, 2020
ଆହୁରି ରାହୁଲ କହିଛନ୍ତି ଯେ, ଆମକୁ ଏବେ ଏକାଠି ଲଢ଼େଇ କରିବାକୁ ପଡ଼ିବ। କାଦୁଅ ପିଙ୍ଗାରେ କିଛି ବି ଲାଭ ନାହିଁ। ଆମ ପାଖରେ ଥିବା ସମ୍ବଳକୁ ସତର୍କତାର ସହ ବ୍ୟବହାର କରିବା ଉଚିତ। ରାଜ୍ୟ ଓ ଜିଲ୍ଲାମାନଙ୍କୁ ଅଧିକ ଅନୁଦାନ ଦେଲେ ଲଢ଼େଇ ଜୋରଦାର ହୋଇପାରିବ। ଆମେ କେବେ ହେଲେ ଡରିବା ନାହିଁ। ଲଢ଼େଇ କରି ଜିତିଲେ, ଆମ ଦେଶ ଉଚ୍ଚକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବ। ଗୋଟିଏ ପଟେ ଜୀବନ ଓ ଆଉ ଗୋଟିଏ ପଟେ ଅର୍ଥନୀତି। ଜୀବନ ରକ୍ଷା କରିବାକୁ ଯାଇ ଅର୍ଥନୀତି ଯେମିତି ସଂପୂର୍ଣ୍ଣ ରୂପ ଭୁଶୁଡ଼ି ନ ପଡ଼ିବ, ସେକଥାକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରନ୍ତୁ।
Comments are closed.