୨୦୨୧ ଦିନିକିଆ ମହିଳା ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଟିମ୍ ଇଣ୍ଡିଆ

ଦୁବାଇ: ୨୦୨୧ ମସିହାରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ ଦିନିକିଆ ମହିଳା ବିଶ୍ବକପ୍। ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୧ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆଇସିସି ମହିଳା ବିଶ୍ୱକପ୍ ଆସନ୍ତାବର୍ଷ ଫେବୃଆରୀ ୬ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।
UPDATE🚨: India qualify for the ICC Women’s Cricket World Cup 2021 to be played in New Zealand. #TeamIndia
Details: https://t.co/K8692jvQsK pic.twitter.com/OL5i4nbEHA
— BCCI Women (@BCCIWomen) April 15, 2020
ଭାରତ ଓ ପାକିସ୍ତାନ ମଧ୍ୟରେ ଗତବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ କ୍ରିକେଟ୍ ସିରିଜ୍ ଖେଳାଯାଇ ୨୦୨୧ ବିଶ୍ବକପ୍ ନିମନ୍ତେ କେଉଁ କେଉଁ ଦଳ ଯୋଗ୍ୟତା ହାସଲ କରିବେ ତାହା ନିଶ୍ଚିତ ହେବାର ଥିଲା। ତେବେ ଏହି କ୍ରିକେଟ୍ ସିରିଜ୍ କରୋନା ଭାଇରସ୍ ଯୋଗୁଁ ଖେଳାଯିବା ସମ୍ଭବପର ହୋଇନଥିବାରୁ ଉଭୟ ଦଳ ମଧ୍ୟରେ ପଏଣ୍ଟ ବାଣ୍ଟି ଦିଆଯାଇଥିଲା। ବିଶ୍ବକପ୍ ନିମନ୍ତେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଦଳ ଯୋଗ୍ୟତା ହାସଲ କରିଥିବା ଆଇସିସି ତରଫରୁ ସୂଚନା ଦିଆଯାଇଛି।
ଆଇସିସି ପକ୍ଷରୁ କୁହାଯାଇଛି, ଭାରତ ଓ ପାକିସ୍ତାନ ମଧ୍ୟରେ ସିରିଜ୍ ସମ୍ବନ୍ଧରେ ଟେକନିକ୍ କମିଟି ନିଷ୍ପତ୍ତି ନେଇଛି ଯେ କିଛି ବିଶେଷ କାରଣ ଯୋଗୁ ସିରିଜ୍ ଖେଳାଯାଇପାରିବ ନାହିଁ। କାରଣ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ) କହିଛି ଯେ ପାକିସ୍ତାନ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ସରକାର ଅନୁମତି ପ୍ରଦାନ କରୁନାହାନ୍ତି। ଏହି ସିରିଜ୍ ଆଇସିସି ମହିଳା ଚାମ୍ପିୟନଶିପର ଅଂଶବିଶେଷ। ଭାରତ ଓ ପାକିସ୍ତାନ ମଧ୍ୟରେ ସିରିଜ୍ ପ୍ରତିଯୋଗିତାର ଷଷ୍ଠ ରାଉଣ୍ଡରେ ସାମିଲ୍ ଥିଲା, ଯାହାର ଆୟୋଜନ ୨୦୧୯ ଜୁଲାଇ ଓ ନଭେମ୍ବର ଭିତରେ ହେବାର ଥିଲା, କିନ୍ତୁ ଉଭୟ ବୋର୍ଡର ପ୍ରୟାସ ସତ୍ତ୍ୱେ ଏହି ସିରିଜ୍ ସମ୍ଭବ ହୋଇପାରିଲା ନାହିଁ। ଏହାର ଅର୍ଥ ୨୦୧୭ ସଂସ୍କରଣରେ ରନର୍ସଅପ୍ ରହିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ୨୦୨୧ରେ ହେବାକୁଥିବା ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିନେଇଛି।
କୋଭିଡ୍-୧୯ ମହାମାରୀ ଯୋଗୁ ଅନ୍ୟ ରାଉଣ୍ଡ ମ୍ୟାଚକୁ ବାତିଲ୍ କରିବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ୍ ଖେଳାଯିବାକୁ ଥିଲା। ଯେହେତୁ ଏହି ସିରିଜ୍ ବାତିଲ୍ ହୋଇଛି, ତେଣୁ ସବୁ ଦଳକୁ ସମାନ ପଏଣ୍ଟ ପ୍ରଦାନ କରାଯାଇଛି। ବିଶ୍ୱକପ୍ କ୍ୱାଲିଫାୟର୍ ଚଳିତ ବର୍ଷ ଜୁଲାଇ ୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳାଯିବ, କିନ୍ତୁ ଏବେ କରୋନାଭାଇରସର ସ୍ଥିତି ଉପରେ ସବୁକିଛି ନିର୍ଭର କରୁଛି। କ୍ୱାଲିଫାୟରରେ ବାକି ତିନୋଟି ସ୍ଥାନ ପାଇଁ ୧୦ ଟିମ୍ ପରସ୍ପର ବିରୋଧରେ ଲଢ଼ିବେ। ଶ୍ରୀଲଙ୍କା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବ୍ୟତୀତ ଦିନିକିଆ ମାନ୍ୟତା ପାଇଥିବା ବାଂଲାଦେଶ ଓ ଆୟର୍ଲ୍ୟାଣ୍ଡ୍ ତଥା ରିଜିଓନାଲ୍ କ୍ୱାଲିଫାୟରର ବିଜେତା ଥାଇଲ୍ୟାଣ୍ଡ୍ (ଏସିଆ), ଜିମ୍ବାୱେ (ଆଫ୍ରିକା), ପପୁଆ ନ୍ୟୁ ଗିନୀ (ପୂର୍ବ ଏସିଆ ପ୍ୟାସିଫିକ୍), ଆମେରିକା, ନେଦରଲ୍ୟାଣ୍ଡ୍ (ୟୁରୋପ୍) ଭାଗ ନେବେ।
Comments are closed.