Zoom APP ବ୍ୟବହାର ବିପଦଜନକ, ସତର୍କ କଲେ ଭାରତ ସରକାର

ଭୁବନେଶ୍ବର: ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ଭୟ ଏଡ଼ାିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ବେଶ୍ ପ୍ରସିଦ୍ଧ ହୋଇଛି ଭିଡିଓ ଯୋଗାଯୋଗ ଆପ୍ ‘ଜୁମ୍’। ଏଥିରେ ଏକକାଳୀନ ବହୁ ସଂଖ୍ୟାରେ ବ୍ୟକ୍ତି ନିଜ ଘରେ ଥାଇ ସହଜରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିପାରୁଛନ୍ତି। ବିଶେଷ କରି କର୍ପୋରେଟ୍ ସଂସ୍ଥା, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ ଆଦିରେ ଏହି ଆପ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଥିବା ବେଳେ ଏହାର ବ୍ୟବହାର ନେଇ ସତର୍କତା ନିୟମାବଳି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। କରୋନା ଭୂତାଣୁ ଜନିତ ରୋଗ ବ୍ୟାପକ ହେବା ପରେ ଏହି ଆମେରିକୀୟ ଆପ୍ର ଚାହିଦା ଭାରତରେ ବହୁଳ ଭାବେ ବୃଦ୍ଧି ପାଇଛି।
ନିକଟରେ ବହୁ ସରକାରୀ ଅଧିକାରୀ, ନେତା, ମନ୍ତ୍ରୀ ମଧ୍ୟ ଏହି ଆପ୍କୁ ବ୍ୟବହାର କରିବାର ଦେଖିବାକୁ ମିଳିଥିଲା। ବହୁ ଶିକ୍ଷାନୁଷ୍ଠାନ ଏହି ଆପ୍ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ମଧ୍ୟ କରୁଛନ୍ତି। ତେବେ ହଠାତ ଏହି ଆପ୍ ନେଇ ସତର୍କ ରହିବାକୁ ସଚେତନ କରିଛନ୍ତି କେନ୍ଦ୍ର ସରକାର।
କ’ଣ ରହିଛି ବିପଦ?
ଗୃହ ମନ୍ତ୍ରାଳୟର ନିର୍ଦେଶନାମା ଏପ୍ରିଲ ୧୨ ତାରିଖରେ ବାହାରିଥିଲେ ହେଁ ଆଜି ଗଣମାଧ୍ୟମକୁ ଏ ନେଇ ସୂଚନା ଦିଆଯାଇଛି। ଏହା ଆମେରିକୀୟ କମ୍ପାନୀର ଆପ୍ ହେଲେ ହେଁ ଏହାର ସଫ୍ଟଓ୍ବେର୍ ଚୀନ୍ର। ଏଥିରେ ହେଉଥିବା ଅନେେକ ଭିଡିଓ କଲ୍ ଚୀନ୍ ସର୍ଭର ମାଧ୍ୟମ ଦେଇ ଆସୁଛି। ଏଣୁ ଏହା ମାଧ୍ୟମରେ ସାଇବର ନିରାପତ୍ତା ଓ ବ୍ୟକ୍ତିଗତ ଗୋପନୀୟତା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାିବର ଅପରାଧୀମାନେ ଏହା ମାଧ୍ୟମରେ ବ୍ୟବହାରକାରୀଙ୍କ ସ୍ପର୍ଶକାତର ସୂଚନା ଓ ତଥ୍ୟ ହାସଲ କରିବାର ସମ୍ଭାବନା ରହିଛି।
ଏହାକୁ ଆଦୌ ବ୍ୟବହାର ନ କରିବା ଲାଗି ସରକାରୀ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ।
ତେବେ ବେସରକାରୀ କ୍ଷେତ୍ରରେ ଏହାର ବ୍ୟବହାର ଉପରେ କଟକଣା ନଥିଲେ ହେଁ ଏ ନେଇ କିଛି ଉପଦେଶ ରଖିଛନ୍ତି କେନ୍ଦ୍ର ସରକାର। କଲ୍ ମ୍ୟାନେଜର ମିଟିଂ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ପାଇଁ ଅତି କଡ଼ା ଚାବି (ପାସଓ୍ବର୍ଡ) ରଖିବାକୁ ପରାମର୍ଶ ଦିଆଯାଇଛି। ବ୍ୟକ୍ତିଗତ ମିଟିଂ ଆଇଡି ବ୍ୟବହାର ନ କରି ପ୍ରତି ବୈଠକରେ ରାଣ୍ଡମ୍ଲି-ଜେନେରେଟେଡ୍ ମିଟିଂ ଆଇଡି ବ୍ୟବହାର ପାଇଁ ପରାମର୍ଶ ଦେଇଛି ମନ୍ତ୍ରାଳୟ। ମିଟିଂର ଲିଙ୍କ କୌଣସି ସର୍ବସାଧାରଣ କ୍ଷେତ୍ର (ପବ୍ଲିକ୍ ପ୍ଲାଟଫର୍ମ)ରେ ନ ଛାଡ଼ିବା ଲାଗି ଉପଦେଶ ଦିଆଯାଇଛି।
Comments are closed.