ପରଲୋକରେ ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ପରଲୋକରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ବର୍ଷ ଧରି କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସ୍ଥିତ ଘରେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି।
ସହରାଇ ଓରାମ ଚମ୍ପୁଆରୁ ଜନତା ଦଳରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏପରିକି ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ। ଏକଦା ବିଜୁବାବୁଙ୍କ ଡାହାଣ ଥିଲେ। ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ସେ ଜନତା ଦଳର ମୂଳଦୁଆ ପକାଇଥିଲେ। ପରେ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ। ଶ୍ରୀ ଓରାମଙ୍କ ବିିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଚମ୍ପୁଆ ଆସନରୁ ୫ଥର ବିଧାୟକ ଏବଂ ବିଜୁବାବୁଙ୍କ ସରକାରରେ ମନ୍ତ୍ରୀ ଭାବେ ଲୋକଙ୍କ ସେବା ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଚମ୍ପୁଆ ଆସନରୁ ୫ଥର ବିଧାୟକ ଏବଂ ବିଜୁବାବୁଙ୍କ ସରକାରରେ ମନ୍ତ୍ରୀ ଭାବେ ଲୋକଙ୍କ ସେବା ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) April 17, 2020
ସହରାଇ ଓରାମ ଛାତ୍ର ଅବସ୍ଥାରୁ ଷଢ଼େଇକଳା-ଖରସୁଆଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ବର୍ତ୍ତମାନ ଏହି ଅଞ୍ଚଳ ଝାରଖଣ୍ଡରେ ଥିଲେ ହେଁ ସେଠାରେ ବହୁ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି। ରାଜ୍ୟ ଗଠନ ବେଳେ ବିହାର ଓ ଓଡ଼ିଶା ମଧ୍ୟରେ ଏହି ଅଞ୍ଚଳକୁ ନେଇ ଲଢ଼େଇ ଜାରି ରହିଥିଲା। ଓରାମ ୧୯୬୭ ମସିହାରୁ ଚମ୍ପୁଆରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ପରାସ୍ତ ହୋଇଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ଜନତା ଦଳ କେନ୍ଦୁଝର ଜିଲ୍ଲା ସଭାପତି ହୋଇଥିଲେ। ପରେ ଓଡ଼ିଶା ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ହୋଇଥିଲେ।
Comments are closed.