ଅମାନିଆଙ୍କୁ ପାହାର: ବାଇକ୍ ଉଠାଇ ନେଲା ପୋଲିସ୍
ଭୁବନେଶ୍ବର: ଲକ୍ଡାଉନ୍ ନିୟମ ଅବମାନନାକାରୀଙ୍କୁ ପୋଲିସର ପାହାର। ‘କରୋନା’ ମୁକାବିଲା ନେଇ ଲକ୍ଡାଉନ୍ ଚାଲିଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ୍ ଧରି ବଜାରକୁ ପରିବା ଓ ମାଛ,ମାଂସ କିଣିବାକୁ ଆସୁଛନ୍ତି। ଫଳରେ ଅମାନିଆ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଛି। ଆଜି ସକାଳେ ୟୁନିଟ ୪ ଓ ୟୁନିଟ ୮ ମାଛ ମାର୍କେଟରୁ ୨୦ରୁ ଅଧିକ ଗାଡ଼ିକୁ ପୋଲିସ୍ ଉଠାଇ ନେଇଛି। ଏହାସହ ୭୦ରୁ ଅଧିକ ବାଇକ୍ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି।
କମିଶନରେଟ ପୋଲିସ୍ ବାରମ୍ବାର ବାରଣ କରିବା ସତ୍ତ୍ୱେ ଲୋକେ ଗାଡ଼ି ନେଇ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।
Comments are closed.