Odisha Link
Bridging the Missing Links in Odisha

୩ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ବର: କରୋନା ଲଢ଼େଇରେ ରାଜ୍ୟ ପାଇଁ ଭଲ ଖବର। ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର। କ୍ରମାଗତ ଭାବେ ୩ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ ରାାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍‌ ଆସିଛି। ଗତକାଲି ୧,୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଆଉ ଏ ସବୁ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ବୁଧବାର ରାଜ୍ୟରେ ମୋଟ ୧,୧୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଗୁରୁବାର ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା। ସେହିପରି ଗତକାଲି ୧,୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଆଉ ଏ ସବୁ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ୍ ଆସିଛି। ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ ଜଣ ସୁସ୍ଥ ହୋଇସାରିଲେଣି। ତେବେ ସର୍ବାଧିକ ସଂଖ୍ୟକ ବ୍ୟକ୍ତି ଖୋର୍ଧା ଜିଲ୍ଲାରୁ ହିଁ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ଏବେ ୧୪ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୨ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇସାରିଛନ୍ତି। ତେବେ ଯାଜପୁର, କଳାହାଣ୍ଡିର ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ାର ୨ଜଣ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକର ୩ଜଣରୁ ୨ଜଣ ସୁସ୍ଥ ଓ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳର ଜଣେ ଚିକିତ୍ସିତ ହେଉଥିବା ବେଳେ ଓ ସୁନ୍ଦରଗଡ଼ର ୨ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।

Comments are closed.